ଦେଶ

ବରଯାତ୍ରୀ ନେଇ ଯାଉଥିବା ଇନୋଭା ଉପରେ ଓଲଟିଲା ଟ୍ରକ, ଚାଲିଗଲା…

inova

ଉତ୍ତର ପ୍ରଦେଶ: ନାନପାରା କୋତବାଳୀ ଅଞ୍ଚଳର ବହରାଇଚ ଲଖିମପୁର ହାଇଓ୍ୱେ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟିଛି । ବରଯାତ୍ରୀରେ ଭର୍ତ୍ତି ହୋଇଥିବା ଏକ ଇନୋଭା ଉପରେ ଟ୍ରକ ଅନିୟନ୍ତ୍ରୀତ ହୋଇ ଓଲଟି ପଡିବାରୁ ଇନୋଭାରେ ଥିବା 6 ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ  4 ଜଣ ଗୁରୁତର ହୋଇଛନ୍ତି । ଗୁରୁତମାନଙ୍କ ମଧ୍ୟରୁ 2 ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।

ପୋଲିସ୍‌ ସୂଚନାନୁଯାୟୀ ଟ୍ରକର ଟାୟାର ଫାଟିବା ଯୋଗୁ ଏହି ଦୂର୍ଘଟଣା ଘଟିଛି । ପୋଲିସ୍ ସମସ୍ତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ଏହି ଦୂର୍ଘଟଣା ବୁଧବାର ଦିନ ବିଳମ୍ବିତ  ରାତିରେ ଘଟିଛି । ସୂଚନାମୁତାବକ ଗାନ୍ଧୀ ପାର୍କ ମହୋଲା ବାସିନ୍ଦା ଅନିଲ ସୋନିଙ୍କ ଝିଅର ବିବାହରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଏହି ମର୍ମନ୍ତିୁଦ  ସଡ଼କ ଦୁର୍ଘଟଣା ଘଟିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top