ଦେଶ

ମନ୍ଦିରକୁ ଯିବାକୁ ହେଲେ ଧୋତି କୁର୍ତ୍ତା ଓ ଶାଢ଼ି ବାଧ୍ୟତା ମୂଳକ..!

Kashi biswanath

ବାରାଣସୀ: ମନ୍ଦିର ପାଇଁ ଲାଗୁ ହେଲା ଡ୍ରେସ୍‌ କୋଡ୍‌ । ଏଣିକି ମନ୍ଦିର ଯିବାକୁ ହେଲେ ଏକ ନିର୍ଦ୍ଧିଷ୍ଟ ଡ୍ରେସ୍‌ ପିନ୍ଧି ଯିବାକୁ ମନା କରାଯାଇଛି । ଯଦି କୌଣସି ଭକ୍ତ ନିୟମ ଭାଙ୍ଗି ସେହିଭଳି ଡ୍ରେସ୍‌ ପିନ୍ଧି ମନ୍ଦିର ଭିତରେ ପଶିବାକୁ ଚେଷ୍ଟା କରେ ତେବେ ଗଣିବାକୁ ପଡ଼ି ତଣ୍ଡ । ଏଭଳି ନିୟମ ଲାଗୁ କରାଯାଇଛି ଉତ୍ତର ପ୍ରଦେଶର କାଶୀ ବିଶ୍ୱନାଥ ମନ୍ଦିରରେ ।

ଉତ୍ତରପ୍ରଦେଶର ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଏବେ ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି । ଏଣିକି ଭକ୍ତ କିମ୍ବା ଶ୍ରଦ୍ଧାଳୁ ମନ ଇଚ୍ଛା ଡ୍ରେସ୍‌ ପିନ୍ଧି ମନ୍ଦିରକୁ ଯାଇପାରିବେ ନାହିଁ । କିମ୍ବା ଭଗବାନଙ୍କୁ ଦର୍ଶନ କରିପାରୀବେ ନାହିଁ । ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ପରିଚାଳନା କମିଟି ।

ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଭକ୍ତ ମନ୍ଦିର ଭିତରେ ପଶି ସ୍ପର୍ଶ ଦର୍ଶନ କରିବାକୁ ଚାହିଁବ ତେବେ ସେ ପୁରୁଷ ହୋଇଥିଲେ ଧୋତି କୁର୍ତ୍ତା ଏବଂ ମହିଳା ହୋଇଥିଲେ ଶାଢ଼ି ପିନ୍ଧି ମନ୍ଦିର ଭିତରେ ପ୍ରବେଶ କରିବାକୁ ହେବ । ନଚେତ୍‌ ତାଙ୍କ ପାଇଁ ମନ୍ଦିରକୁ ଭିତରକୁ ପ୍ରବେଶ ନିଷେଧ । ସୂଚନା ଅନୁଯାୟୀ ରବିବାର ରାତିରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି କମିଟି ଆହୁରି ମଧ୍ୟ ଅନେକ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସେଗୁଡ଼ିକ ହେଲା ଶ୍ରଦ୍ଧାଳୁମାନେ ପୂର୍ବାହ୍ନ ୧୧ଟା ଯାଏଁ ସ୍ପର୍ଶ ଦର୍ଶନ କରିପାରିବେ । ଜିନ୍ସ ପ୍ୟାଣ୍ଟ, ସାର୍ଟ, ଜିନ୍ସ ପିନ୍ଧିଥିବା ଲୋକେ ଏଥିରୁ ଦୂରରେ ରହିବେ । ନୂତନ ଡ୍ରେସ କୋଡ୍‌ ଖୁବ୍‌ ଶୀଘ୍ର ଲାଗୁ କରାଯିବ ।

ଉଲ୍ଲେଖଯୋଗ୍ୟ ଏବେ ଏହି ବ୍ୟବସ୍ଥା ଉଜୈନର ମହାକାଳ ମନ୍ଦିରରେ ଲାଗୁ କରାଯାଇଛି ଏବଂ ଏହି ଆଧାରରେ କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ସ୍ପର୍ଶ ଦର୍ଶନ ପାଇଁ ବିନା ସିଲେଇ ହୋଇଥିବା ବସ୍ତ୍ର ପରିଧାନ କରିବାକୁ ହେବ । ଏହା ପରେ ସ୍ପର୍ଶ ଦର୍ଶନ ପାଇଁ ଅନୁମତି ମିିଳିବ । ତେବେ କେବଳ ସ୍ପର୍ଶ ଦର୍ଶନ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଅନ୍ୟ ଦର୍ଶନ ବ୍ୟବସ୍ଥା ପୂର୍ବ ଭଳି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top