X
Breaking News
ଦେଶ

ମଥୁରାରେ ମୋଦି, ଆରମ୍ଭ କଲେ ପ୍ଲାଷ୍ଟିକ ମୁକ୍ତ ଭାରତ ମହାମିଶନ

modi

ମଥୁରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଥୁରାରେ ପହଞ୍ଚିଛନ୍ତି ।  ସେଠାରେ  ଭେଟରନେରୀ ବିଶ୍ଵଵିଦ୍ୟାଳୟରେ ପଶୁମାନଙ୍କ ପାଇଁ ଏକ ବଡ କାର୍ଯ୍ୟକ୍ରମର  ଶୁଭାରମ୍ଭ କରିଛନ୍ତି।  ମୋଦୀ ପଶୁମାନଙ୍କୁ ବିଭିନ୍ନ ରୋଗରୁ ବଞ୍ଚାଇବାକୁ ଟୀକାକରଣ ମଧ୍ୟ  କରିଥିଲେ ।  ଏଥିସହିତ ପ୍ଲାଷ୍ଟିକ ମୁକ୍ତ ଭାରତ ମିଶନ ଆରମ୍ଭ କରିଛନ୍ତି ।  ଏଠାରୁ ସେ ସମଗ୍ର ଦୁନିଆକୁ ପ୍ଲାଷ୍ଟିକ ମୁକ୍ତ ଭାରତ ନିର୍ମାଣ କରିବାକୁ ବାର୍ତ୍ତା ଦେଇଛନ୍ତି। ଏହି ସମୟରେ ମୋଦୀ ପ୍ଲାଷ୍ଟିକ ଆବର୍ଜନା ଏକାଠି କରୁଥିବା ୨୫ଜଣ ମହିଳାଙ୍କ ସହ ବାର୍ତ୍ତାଳାପ କରିଥିଲେ  । ଏବଂ କେଉଁ ପ୍ଲାଷ୍ଟିକ କେଉଁଠାରେ ରଖାଯିବ ସେହି ବିଷୟରେ ତଥ୍ୟ ନେଇଥିଲେ। ତେବେ ଏହି ମହିଳାମାନଙ୍କୁ ମୋଦୀ ସମ୍ମାନିତ ମଧ୍ୟ କରିଛନ୍ତି।

ଏହି ୨୫ଜଣ ମହିଳାଙ୍କୁ ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡର କରାଯାଇଛି। ଏହା ପୂର୍ବରୁ ମୋଦୀ ଗାଈଙ୍କର ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ସହ ଗାଈଙ୍କ ପେଟରୁ କିଭଳି ଭାବରେ ପ୍ଲାଷ୍ଟିକ ବାହାର କରାଯିବ ସେନେଇ ଲାଇଭ ଅପରେଶନ ଦେଖିଥିଲେ।  କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସାଂସଦ ହେମା ମାଳିନଙ୍କ ସହିତ ବହୁ ନେତା ଏବଂ ଅଫିସରମାନେ ଉପସ୍ଥିତ ଥିଲେ ।  ଏହି କାର୍ଯ୍ୟକ୍ରମ ପରେ  ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top