ମନୋରଞ୍ଜନ

ବଲିଉଡ୍ ଓ କନ୍ନଡ଼ ଫିଲ୍ମର ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ

Kishori

ମୁମ୍ବାଇ:  ବଲିଉଡ୍ ଓ କନ୍ନଡ଼ ଫିଲ୍ମର ଭେଟେରାନ୍ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ ହୋଇଯାଇଛି । ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ବୟସ ବଢ଼ିବା ଅନୁଯାୟୀ କିଶୋରୀ ବଲାଲଙ୍କୁ ବାର୍ଦ୍ଧକ୍ୟଜନିତ ଅନେକ ରୋଗଗ୍ରାସ କରିଥିଲା। ତେବେ ତାଙ୍କ ପରଲୋକରେ ବଲିଉଡ୍‌ ଓ କନ୍ନଡ ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟା ଖେଳିଯାଇଛି ।

ତାଙ୍କ ପରଲୋକରେ ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଦୁଃଖ ପ୍ରକାଶ କରିଛନ୍ତି। କିଶୋରୀ ବାଲା ଜଣେ ବହୁତ ବଢ଼ିଆ ମଣିଷ ଥିଲେ ବୋଲି ସେ ଟ୍ୱିଟ୍ କରି କହିଛନ୍ତି।

୧୯୬୦ ମସିହାରୁ ସେ କନ୍ନଡ଼ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ । ବହୁତ କନ୍ନଡ଼ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା କିଶୋରୀ ବଲାଲଙ୍କୁ ୨୦୦୪ରେ ରିଲିଜ୍ ହୋଇଥିବା ଶାହାରୁଖ୍ ଖାନ୍‌ଙ୍କ ଫିଲ୍ମ ‘ସ୍ୱଦେଶ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶାହାରୁଖ୍‌ଙ୍କ ମା’ ଭାବେ କାବେରୀ ଆମ୍ମା ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top