X
Breaking News
ଦେଶ

କୁଳଭୂଷଣ ମାମଲାରେ ଭାରତର ବଡ଼ ବିଜୟ, ଫାସି ଦେଇପାରିବନି ପାକିସ୍ତାନ

kulbhushan yadav

ଅନ୍ତର୍ଜାତୀୟ ନ୍ୟାୟାଳୟରେ ପ୍ରକାଶ ପାଇଲା କୁଳଭୂଷଣ ଯାଧବ ମାମଲାର ରାୟ । କୁଳଭୂଷଣଙ୍କ ଫାଶୀ ଦଣ୍ଡ ଉପରେ ICJଙ୍କ ସ୍ଥଗିତାଦେଶ । ICJ କହିଲେ ପାକିସ୍ତାନ କୁଳଭୂଷଣଙ୍କୁ ଫାସି ଦଣ୍ଡ ଦେଇପାରିବ ନାହିଁ । ଏହି ଘଟଣାର ପୁନଃ ବିଚାର କରାଯିବା ଉଚିତ୍‌ । ପୁନଃ ବିଚାର ନସରିବା ପର୍ଯ୍ୟନ୍ତ କୁଳଭୂଷଣଙ୍କୁ ପାକିସ୍ତାନ ଫାସି ଦେଇପାରିବ ନାହିଁ ।

ICJ ଆହୁରି ମଧ୍ୟ କହିଛନ୍ତି ଯେ, କୁଳଭୂଷଣଙ୍କୁ ଭେଟିବାକୁ ଭାରତୀୟ ଦୂତାବାସକୁ ଅନୁମତି ମିଳିବା ଉଚିତ୍‌ । ପାକିସ୍ତାନ ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି କଡ଼ା ଭାଷାରେ କହିଲେ ଅନ୍ତର୍ଜାତୀୟ ନ୍ୟାୟାଳୟ ICJ । ଅନ୍ତର୍ଜାତୀୟ ନ୍ୟାୟାଳୟରେ ଥିବା 16 ଜଣ ସଦସ୍ୟଙ୍କ ମଧ୍ୟରୁ 15 ଜଣ ଆଜି ଭାରତ ସପକ୍ଷରେ ମତ ଦେଇଛନ୍ତି । କିନ୍ତୁ କୁଳଭୂଷଣଙ୍କୁ ପାକିସ୍ତାନ ମୁକ୍ତ କରୁ ବୋଲି ଭାରତ ଯେଉଁ ଦାବି କରିଥିଲା ତାକୁ ଖାରଜ କରିଛନ୍ତି କୋର୍ଟ । ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଧିକାରୀ ହେଉଛନ୍ତି କୁଳଭୂଷଣ ଯାଦବ ।

ତେବେ କୁଳଭୂଷଣ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ରାୟକୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଭାରତର ଏହା ଏକ ବଡ଼ ବିଜୟ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଇନଜୀବୀ ହରୀଶ ସାଲ୍‌ଭେଙ୍କୁ ସୁଷମା ପ୍ରଶଂସା କରିଛନ୍ତି  ।ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଛନ୍ତି ସତ୍ୟ ଓ ନ୍ୟାୟର ବିଜୟ ହୋଇଛି ।

ସୂଚନା ଅନୁଯାୟୀ ନେଦରଲାଣ୍ଡର ହେଗ ସ୍ଥିତ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ଆଜି ପାକିସ୍ତାନରେ ବନ୍ଦୀ ଭାରତର ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ଯାଧବଙ୍କ ମାମଲାରେ ଶୁଣାଣି କରିଛନ୍ତି । ଅଦାଲତ ଯାଧବଙ୍କ ଫାଶି ଉପରେ ରୋକ୍ ଲଗାଇଛନ୍ତି । ଏହା ସହିତ ତାଙ୍କୁ ଏବେ ନ୍ୟାୟିକ ସୁବିଧା ମିଳିବ ବୋଲି କହିଛନ୍ତି । ଏହା ସହିତ ଭାରତକୁ ଆଇନଗତ ଲଢେଇ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । କୁଲଭୂଷଣଙ୍କ ମାନବାଧିକାର କ୍ଷୂର୍ଣ୍ଣ ହୋଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସୈନ୍ୟ ଅଦାଲତ ଯାଧବଙ୍କୁ ବଳପୂର୍ବକ ଅପରାଧ ସ୍ଵୀକାର କରାଇ ମୃତ୍ୟ ଦଣ୍ଡାଦେଶ ଶୁଣାଇଛି । ଏହାକୁ ଭାରତ ବିରୋଧ କରିବା ସହିତ ଆଇସିଜେରେ ଚ୍ୟାଲେଞ୍ଜ କରିଥିଲା । ଆଜିର ନିଷ୍ପତ୍ତି ଉପରେ ଭାରତ ଓ ପାକିସ୍ତାନର ନଜର ରହିଥିଲା । ଆଜି କୋର୍ଟଙ୍କ ନିର୍ଣ୍ଣୟ ଭାରତ ପାଇଁ ବଡ଼ ବିଜୟ ହୋଇଛି । ମାତ୍ର ଗୋଟିଏ କଥା ସ୍ପଷ୍ଟ ଯେ, ଆଇସିଜେର ନିଷ୍ପତ୍ତି କୁଲଭୂଷଣଙ୍କ ଜୀବନ ବଞ୍ଚାଇପାରେ କିନ୍ତୁ ପାକିସ୍ତାନରୁ ମୁକ୍ତ କରିବା ଏତେ ସହଜ ହେବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top