ନ୍ୟୁଜ୍

ବିଦ୍ୟା ବାଲାନଙ୍କ ମୁହଁରେ ସମ୍ବଲପୁରି ଶାଢୀର ପ୍ରଶଂସା

bidya

ସୁବର୍ଣ୍ଣପୁର:  ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ମୁହଁରେ ସମ୍ବଲପୁରି ଶାଢୀର ପ୍ରଶଂସା । ସକୁନ୍ତଲାଦେବୀର ପ୍ରମୋସନରେ ସମ୍ବଲପୁରି ବାନ୍ଧ ଶାଢି ପିନ୍ଧି ବିଦ୍ୟା ବାଲାନ ମୋତେ ସମ୍ବଲପୁରି ଶାଢି ସବୁଠୁ ସୁନ୍ଦର ଲାଗେ ବୋଲି କହିଛନ୍ତି । ସେ ପିନ୍ଧିଥିବା ଶାଢିଟି ସୁବର୍ଣ୍ଣପୁର ଜିଲ୍ଲା କେନ୍ଦୁପାଲି ଗ୍ରାମର ରମାକାନ୍ତ ମେହେର ପ୍ରାୟ ଏକ ମାସ ଧରି ତିଆରି କରିଥିବା ସେ କହିଛନ୍ତି ।

ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଯାହା କି ଓଡିଶା ତଥା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବର ବିଷୟ । ଖାଲି ସେତିକି ନୁହେଁ ଏକ ଭିଡିଓ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସାରା ବିଶ୍ୱରେ ସମ୍ବଲପୁରୀ ବାନ୍ଧ ଶାଢିର ବେଶ ଚାହିଦା ରହିଥିବାବେଳେ ଆଗରୁ ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟ ମଧ୍ୟ ନିଜ ବାହାଘର ଶାଢି ସୁବର୍ଣ୍ଣପୁରରୁ ନେଇଥିଲେ । ସୂଚନାନୁସାରେ, ବିଦ୍ୟା ବାଲାନଙ୍କ ଆଗକୁ ଏକ ଫିଲ୍ମ ଆସୁଛି ଶକୁନ୍ତଳାଦେବି । ଯାହାକୁ ନେଇ ସେ ଖୁବ ଖୁସି ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top