ନ୍ୟୁଜ୍

ଫିଲ୍ମ ଶକୁନ୍ତଳା ଦେବୀର ଟ୍ରେଲର ରିଲିଜ୍

ଅର୍ଗସ ବ୍ୟୁରୋ : ବିଦ୍ୟା ବାଲନଙ୍କ ଫିଲ୍ମ ଶକୁନ୍ତଳା ଦେବୀର ଦମଦାର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରରେ ବିଦ୍ୟା ବାଲନଙ୍କୁ ବହୁ ଅବତାରରେ ଦେଖିବାକୁ ମିଳିବ। ଶକୁନ୍ତଳା ଦେବୀଙ୍କ ଛୋଟ ବେଳର ଭୂମିକା ଠାରୁ ନେଇ ଜଣେ ମା ହେବା ଯାଏଁର ଭୂମିକାରେ ସେ ନଜର ଆସିବେ। ବହୁ ସଙ୍ଘର୍ଷ ମଧ୍ୟରେ ଶକୁନ୍ତଳା ଦେବୀ ହ୍ୟୁମାନ କମ୍ପ୍ୟୁଟରର ଆଖ୍ୟା ନିଜ ନାମରେ କରିଥିଲେ। ଫିଲ୍ମର ଏହି ଟ୍ରେଲରରେ ଝଲକ ଦେଖିବାକୁ ମିଳିବ।

ହ୍ୟୁମାନ କମ୍ପ୍ୟୁଟର ଶକୁନ୍ତଳା ଦେବୀଙ୍କ ଜୀବନି ଉପରେ ନିର୍ମିତ ଏହି ଫିଲ୍ମରେ ବିଦ୍ୟା ବାଲନ ତାଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ସେ ଶକୁନ୍ତଳା ଦେବୀଙ୍କ ଭୂମିକା ବେଶ୍ ଭଲ ଭାବରେ ଅଭିନୟ କରିଛନ୍ତି। ଏଥିରେ ସାନ୍ୟା ମଲହୋତ୍ରା ତାଙ୍କ ଝିଅ ଭୂମିକାରେ ନଜର ଆସିବେ। ସେହିପରି ଜିଶୁ ସେନ ଗୁପ୍ତା ଓ ଅମିତ ସାଧ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।

ଅନୁ ମେନନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଶକୁନ୍ତଳା ଦେବୀ ଜୁଲାଇ 31ରେ ଆମାଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି। କରୋନା ସଙ୍କଟ କାରଣରୁ ସିନେମା ହଲ ଗୁଡ଼ିକ ବନ୍ଦ ଥିବାରୁ ଓଟିଟି ପ୍ଲାଟଫର୍ମରେ ଏହା ରିଲିଜ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top