X
Breaking News
ଟିଭି

କରୀନାଙ୍କ ପରେ ରେଡିଓରେ ଧୁମ୍ ମଚେଇବେ ବିଦ୍ୟା, ଏହି ସୋ’ କରିବେ ହୋଷ୍ଟ

vidyabalan

ମୁମ୍ୱାଇ: ବଲିଉଡରେ ନିଜର ପ୍ରତିଭା ଦେଖାଇବା ପରେ ଏବେ ରେଡିଓରେ ଧୁମ୍ ମଚାଇବାକୁ ଆରମ୍ଭ କରିଛନ୍ତି ବିଦ୍ୟା ବାଲାନ୍ । ଏବେ କରୀନା କପୁର ଏଫଏମ ଚାନେଲରେ ନିଜର ଏକ ସୋ ହୋଷ୍ଟ କରୁଛନ୍ତି । ଏହି ସୋ ଦର୍ଶକକୁ ବେଶ୍ ପସନ୍ଦ ଆସୁଛି । ତେଣୁ କରୀନାଙ୍କ ପରେ ଏକ ବିଦ୍ୟା ବାଲାନ ରେଡିଓରେ ଧୁମ୍ ମଚାଇବାକୁ ପ୍ରସ୍ତୁତ ହେଲେଣି ।

ଖୁବଶୀଘ୍ର ବିଦ୍ୟାଙ୍କ ଆବାଜ ଏଫଏମ ରେଡିଓ ଷ୍ଟେସନରେ ଶୁଣିବାକୁ ମିଳିବ । ଫିଲ୍ମରେ ରେଡିଓ ଜକି ଭୂମିକାରେ ଅଭିନୟ କରିଥିବା ବିଦ୍ୟା ଏବେ ଚାଟ ସୋ କରିବେ । ଏହା ଆସନ୍ତା ବେଳକୁ ଆରମ୍ଭ ହେବ । ବିଦ୍ୟାଙ୍କ ଏହି ସୋର ନାମ ହେଉଛି ଧୁନ୍ ବଦଲ କେ ଦେଖୋ ୱିଥ୍ ବିଦ୍ୟା ବାଲାନ୍ । ଫିଲ୍ମ ଗୀତ ମଝିରେ ମଝିରେ ବିଦ୍ୟା ବାଲାନଙ୍କ ଏହି ସୋରେ ମାନସିକ ସ୍ୱାସ୍ଥ୍ୟ, ଶିଶୁଙ୍କ ଲାଳନ ପାଳନ, ଆର୍ଥିକ ସ୍ୱଚ୍ଛଳତା, ଶିଶୁ ଉତ୍ପୀଡନ ଓ ଶାଶୁ ବୋହୂ ସମ୍ପର୍କ ସମ୍ବନ୍ଧରେ ଶ୍ରୋତାଙ୍କ ସହ କଥା ହେବେ ବିଦ୍ୟା । ରେଡିଓ ଦେଶର କୋଣ ଅନୁକୋଣରେ ପହଞ୍ଚଥିବାରୁ ବିଦ୍ୟାଙ୍କର ଏହି ସମାଜକଲ୍ୟାଣକାରୀ ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top