ନ୍ୟୁଜ୍

ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ

Vigilance raid

ସମ୍ୱଲପୁର:  ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ବରଗଡ଼ ଅବକାରୀ ଅଧିକ୍ଷକ ମକରଧ୍ୱଜ ବାର୍ଗେଙ୍କ ସମ୍ବଲପୁର ବୁଢ଼ାରଜା ସ୍ଥିତ ବାସଭବନ ସହ ଅନ୍ୟ ଆଠଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ବୁର୍ଲା ଆଦି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ସମ୍ବଲପୁର ବାସଭବନରେ ଚଢ଼ାଉ ସମୟରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ରୁପା ଜବତ କରାଯାଇଛି । ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନାମରେ ଗୁରୁତର ଅଭିଯୋଗ ହେବା ପରେ ଏଭଳି ଏକ ବଡ ଧରଣର ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top