X
Breaking News
ଦେଶ

ଅର୍ବିଟର ପଠାଇଲା ବିକ୍ରମର ଫଟୋ, ସମ୍ଭବ ହୋଇପାରେ ଯୋଗାଯୋଗ: କେ.ସିଭନ୍‌

Lander vikram

ଚନ୍ଦ୍ରାୟନ୍‌-2ର ଆସିଲା ନୂଆ ଖବର । ମିଳିଲା ଲ୍ୟାଣ୍ଡର ବିକ୍ରମର ଖବର । ଲ୍ୟାଣ୍ଡର ବିକ୍ରମର ଫଟୋ ସେୟାର କଲା ଇସ୍ରୋ । ଚନ୍ଦ୍ରପୃଷ୍ଟରେ ପହଞ୍ଚିବାକୁ ଆଉ ମାତ୍ର କେଇ ମିନିଟ୍‌ ତଥା ମାତ୍ର 2.1 କିଲୋମିଟର ବାଟ ବାକି ରହିଥିବା ବେଳେ ଲ୍ୟାଣ୍ଡର ବିକ୍ରମଠାରୁ ଇସ୍ରୋର ସମ୍ପର୍କ ଛିନ୍ନ ହୋଇଥିଲା । କିନ୍ତୁ ବିକ୍ରମ ଠାରୁ ଅଲଗା ହୋଇଥିବା ଅର୍ବିଟର ନିଜ କକ୍ଷପଥରେ ସଠିକ୍‌ ଭାବେ ପହଞ୍ଚି ପାରିଥିଲା । ତେଣୁ ଯାହାର ଆଜି ଫଇଦା ପାଇଛି ଇସ୍ରୋ । ଅର୍ବିଟରରୁ ମିଳିଲା ବିକ୍ରମର ଫଟୋ ।

ବିକ୍ରମ ଚନ୍ଦ୍ରପୃଷ୍ଠରେ ଥିବା ସ୍ପଷ୍ଟ ହୋଇଛି । ତେବେ ଦୁଃଖର ବିଷୟ ଯେ, ଏବେ ସୁଦ୍ଧା ବିକ୍ରମ ସହ ଇସୋର ଯୋଗାଯୋଗ ହୋଇପାରି ନାହିଁ । ତେଣୁ ସମସ୍ତଙ୍କ ମନରେ ଏବେ ବି ନିରାଶା ଛାଇ ଯାଇଛି । ହେଲେ ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରମର ଠିକଣା ମିଳିଥିବା କଥା ଇସ୍ରୋ ଅଧ୍ୟକ୍ଷ ନିଜେ ସୂଚନା ଦେଇଛନ୍ତି । ଚନ୍ଦ୍ରର କକ୍ଷପଥରେ ଥିବା ଅର୍ବିଟର ବିକ୍ରମର ଲୋକେସନ୍‌ ଠାବ କରିବାରେ ସଫଳ ହୋଇଛି । ଅର୍ବିଟର ଚନ୍ଦ୍ରପୃଷ୍ଠରୁ ନେଇଥିବା ଥର୍ମାଲ ଫଟୋରୁ ବିକ୍ରମର ସ୍ଥିତି ସମ୍ପର୍କରେ ଜଣାପଡ଼ିଛି ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି । ଚନ୍ଦ୍ରୟାନ-2ର ଅର୍ବିଟରରେ ଲାଗିଥିବା ଅପ୍ଟିକାଲ ହାଇ ରିଜୋଲ୍ୟୁଶନ କ୍ୟାମେରା ବିକ୍ରମର ଏକ ଫଟୋ ନେଇଥିବା ମଧ୍ୟ ସେ କହିଛନ୍ତି । ବିକ୍ରମ ସହ ଯୋଗାଯୋଗ ପାଇଁ ଏବେ ମଧ୍ୟ ଉଦ୍ୟମ ଜାରି ରହିଛି । ଖୁବଶୀଘ୍ର ବିକ୍ରମ ସହିତ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି କେ. ଶିବନ ଆଶା ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top