ଅପରାଧ

ଖାକି ନାକେଦମ, ୩ ଘଣ୍ଟା ପୋଲିସକୁ ଅଟକ ରଖିଲେ ଲୋକେ

ପୁରୀ: ହଟହଟା ହେଲା ପୋଲିସ । ପୋଲିସକୁ ନାକେଦମ କଲେ ଉତ୍ତକ୍ତ୍ୟ ଲୋକେ ।  ଗୋପ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କ ଘର ତୋଳିବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଗୋପ ପୋଲିସ ସମାଧାନ କରିବା ପାଇଁ ଯାଇ 3 ଘଣ୍ଟା ଅଟକ ରହିଲା । ପୋଲିସ  ଘଟଣାର ସମାଧାନ କରି ଶାନ୍ତି ବଜାଇ ରଖିବ କଣ ନିଜେ  ଫସିଗଲେ ।

ଲୋକଙ୍କ ଅକ୍ରୋଶରୁ ବର୍ତ୍ତିପାରିଲେନି ପୋଲିସ ବାବୁ । ଏପରି ହେଲା ଯେ  ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଭ୍ୟାନ ସହ ପୋଲିସକୁ 3 ଘଣ୍ଟା ଅଟକ ରଖିଥିଲେ । ଉତ୍ତକ୍ତ୍ୟ ଲୋକେ ଭ୍ୟାନ ତଳେ ଶୋଇବା ଫଳରେ ପୋଲିସ ନିରୁପାୟ ହୋଇଥିଲା । ନ୍ୟାୟ ନମିଳିଲେ ଭ୍ୟାନ ଚକାତଳୁ ଉଠିବୁ ନାହିଁ ଜିଦରେ ଅଟଳ ରହିଥିଲେ ଗ୍ରାମବାସୀ ।

ପୋଲିସ ହଟହଟା ହୋଇଥିବାର ଘଟଣା ଗୋପ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଗୋପ ଥାନା ଅଞ୍ଚଳର ବେଣୀପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ତୋଳାକୁ କିଛି ଲୋକେ ବିରୋଧ କରିଥିଲେ । ଏନେଇ  ଗୋପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର ତୋଳା କାର୍ଯ୍ୟ ବନ୍ଦ କରିଥିଲା ।ହେଲେ ଏହାକୁ ନେଇ ଗ୍ରାମଵାସୀ ଵିରୋଧ କରି ପୋଲିସକୁ ଅଟକ ରଖିଥିଲେ ।

୩ ଘଣ୍ଟା ଧରି ଗୋପ ଥାନା ଆଇଆଇସି ସୁଧିର ସାହୁଙ୍କ ସମେତ ୨ଏଏସଆଇ ଅଟକ ରହିଥିଲେ । 3 ଘଣ୍ଟା ପରେ ଆଉ କିଛି ପୋଲିସ ବାବୁ ଯାଇ ବୁଝାସୁଝା କରି ନାକେଦମ ହୋଇ ଘଟଣାସ୍ଥଳରୁ ଫେରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top