X
Breaking News
ଅପରାଧ

ପରକୀୟା ପ୍ରୀତି ପାଇଁ ଯୁବକ ତଣ୍ଡିଲେ ୨ଲକ୍ଷ ୫ହଜାର

affair

ଭଦ୍ରକ: ଆଇନକୁ ହାତକୁ ନେଇ ଯୁବକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗାଁଲୋକେ । ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ । କଙ୍ଗାରୁ କୋର୍ଟରେ ଯୁବକଙ୍କ ପାଖରୁ 2ଲକ୍ଷ 5ହଜାର ଟଙ୍କା ଜୋରିମାନା ନେଲେ ଗାଁଲୋକେ । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଂଚାୟତ ନନ୍ଦପାଟଣା ଗାଁରେ ।

ସୂଚନା ଅନୁସାରେ, ସେହି ଗାଁର ଜଣେ ବିବାହିତ ମହିଳାଙ୍କ ଘରକୁ ବିଦେଇପୁର ପାଳ ଅଞ୍ଚଳର ଜଣେ ବିବାହିତ ଯୁବକ ବହୁଦିନ ହେଲାଣି ଯିବା ଆସିବା କରେ । ହେଲେ ଗତ ରାତିରେ ଯୁବକ ଜଣକ ସେହି ମହିଳାଙ୍କ ଘରକୁ ଆସିଥିବାବେଳେ ଦୁଇ ଜଣଙ୍କ ଭିତରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରି ଗାଁଲୋକେ ଘର ଭିତରେ ପଶି 2ଜଣକୁ ଧରିଥିଲେ । ପରେ ଗାଁଲୋକେ ସମ୍ପୃକ୍ତ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।

ଗାଁ ଭିତରେ ସମସ୍ତଙ୍କ ଆଗରେ ସମ୍ପୃକ୍ତ ମହିଳାଙ୍କୁ ବସାଇ କଙ୍ଗାରୁ କୋର୍ଟରେ ଯୁବକଙ୍କ ନିକଟରୁ 2ଲକ୍ଷ 5ହଜାର ଟଙ୍କା ଜୋରିମାନା ନେବା ପରେ ଯୁବକଙ୍କୁ ଛାଡିଥିଲେ । ଏହି ଘଟଣା ଏବେ ସୋସିଆଲ ମିଡିଆ ସହିତ ମୋବାଇଲକୁ ମୋବାଇଲ ଘୁରି ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେବା ପରେ ଯୁବକ ଜଣକ ନାୟକାନିଦିହି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଚଳାଇଛି । ସମ୍ପୃକ୍ତ ଯୁବକ ମହିଳାଙ୍କ ସହିତ ଅନୈତିକ ସମ୍ପର୍କକୁ ଅସ୍ବୀକାର କରିଥିବାବେଳେ ଅନ୍ୟ ପଟେ ଏହି ଘଟଣାକୁ ଅଖିଳ ଗଣତାନ୍ତ୍ରିକ ମହିଳା ସଂଘର ଜିଲ୍ଲା ସମ୍ପାଦିକାଦୃଢ ନିନ୍ଦା କରିବା ସହିତ କଙ୍ଗାରୁକୋର୍ଟରେ ଥିବା ସମସ୍ତ ଲୋକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top