ଖେଳ

ଟେଷ୍ଟ ରାଙ୍କିଂ: ସ୍ମିଥ୍‌ଙ୍କୁ ହଟାଇ ଟପ୍‌ରେ ବିରାଟ

virat-kohli_

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି  ପୁଣି ଚର୍ଚ୍ଚାରେ । ଆଇସିସି ଟେଷ୍ଟ ରାଙ୍କିଂରେ ବ୍ୟାଟିଂରେ ଏକ ନମ୍ବର ସ୍ଥାନ ପୁଣି ଥରେ ବଜାୟ ରଖିଛନ୍ତି ବିରାଟ। ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଏହି ସ୍ଥାନ ଲାଭ କରିଛନ୍ତି କୋହଲି। ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ୧୩୬ରନ୍ କରିବା ପରେ ବିରାଟ ୯୨୮ ପଏଣ୍ଟ ଲାଭ କରିଥିଲେ। ଯାହାଦ୍ୱାରା ସେ ପୁଣି ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ ସ୍ମିଥ୍ ପାକିସ୍ତାନ ବିପକ୍ଷ ଟେଷ୍ଟରେ ମାତ୍ର ୩୬ ରନ୍ କରିଥିବାରୁ ତାଙ୍କର ପଏଣ୍ଟ ୯୩୧ରୁ ୯୨୩କୁ ଖସି ଆସିଛି। ବିରାଟ କୋହଲି ସ୍ମିଥଙ୍କ ଠାରୁ ୮ ପଏଣ୍ଟ ଆଗରେ ରହି ଟପ୍‌ରେ ପହଞ୍ଚିଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top