X
Breaking News
ଖେଳ

ସାରଙ୍କ ନିକଟତର, ବ୍ରାଡମ୍ୟାନଙ୍କ ପରେ ଦ୍ୱିତୀୟ ଦ୍ରୁତତମ ସେଞ୍ଜୁରୀ ମାରିଲେ କୋହଲି

virat-bradman

ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଚମତ୍କାର ପ୍ରଦର୍ଶନ । ପ୍ରଥମ ଦିନରୁ ହିଁ ଭାରତୀୟ ଟିମ୍ ଧୁଆଁଧାର ବ୍ୟାଟିଂ କରି ଏକ ବିଶାଳ ସ୍କୋର ଠିଆ କରିଛି । କ୍ୟାପଟେନ ବିରାଟ କୋହଲି ଶତକ କରି ଚମତ୍କାର ରନ୍ କରିଛନ୍ତି । ଏହା ସହିତ କ୍ୟାରିୟରର ୨୪ତମ ସେଞ୍ଚୁରୀ ମାରିଛନ୍ତି ।

ଏହି ଶତକ ସହ କୋହଲି ଟେଷ୍ଟରେ ଶତକ କରିବାରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ତଳକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବ୍ରାଡମ୍ୟାନ ମାତ୍ର ୬୬ଟି ଟେଷ୍ଟ ପାଳିରେ ୨୪ତମ ସେଞ୍ଚୁରୀ ମାରିଥିବା ବେଳେ କୋହଲି ୧୨୩ଟି ଇନିଂସ ଖେଳି ୨୪ତମ ଟେଷ୍ଟ ଶତକ ପୂରଣ କରିଛନ୍ତି । ଏହି ତାଲିକାର ତୃତୀୟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top