ଖେଳ

ଆଇସିସି ଏକଦିବସୀୟ ର‌୍ୟାଙ୍କିଗ: ବ୍ୟାଟସମାନ ଭାବେ ବିରାଟ ଶୀର୍ଷରେ

ନୂଆଦିଲ୍ଲୀ:  ବର୍ତ୍ତମାନ ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଏକଦିବସୀୟ ର‌୍ୟାଙ୍କିଗରେ ବ୍ୟାଟସମାନ ଭାବେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ସେ ୮୭୧ ରେଟିଙ୍ଗ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ୮୫୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଓପନର ରୋହିତ ଶର୍ମା ।

ପାକିସ୍ତାନ ବ୍ୟାଟସମାନ ବାବର ଆଜମ ୮୨୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।
ସେହିପରି ଏକଦିବସୀୟ ବୋଲର ର‌୍ୟାଙ୍କିଗରେ ନ୍ୟୁଜଲାଣ୍ଡର ପେସର ଟ୍ରେଣ୍ଟ ବୋଲଟ ୭୨୨ ରେଟିଙ୍ଗ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଭାରତୀୟ ସ୍ପିଡ ଷ୍ଟାର ଜଶପ୍ରୀତ ବୁମ୍ରା ୭୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟରେ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନ ସ୍ପିନର ମୁଜିବୁର ରେହମାନ ।

ଦିନିକିଆ ଅଲରାଉଣ୍ଡର ସୂଚୀରେ ଆଫଗାନିସ୍ତାନର ମହମ୍ମଦ ନବୀ ଶୀର୍ଷରେ ରହିଥିବା ବେଳେ ଇଂଲଣ୍ଡ ଅଲରାଉଣ୍ଡର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ଅଲରାଣ୍ଡର ରବୀନ୍ଦ୍ର ଜାଡେଜା ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଦଳ କଥା କହିଲେ ଇଂଲଣ୍ଡ ୧୨୭ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ୧୧୯ ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top