ନ୍ୟୁଜ୍

ଭିସୁଟ୍‌ର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ, ସମସ୍ତ କର୍ମଚାରୀଙ୍କୁ ହେଡ କ୍ୱାଟର ବନ୍ଦ

ସମ୍ୱଲପୁର:  ଭିସୁଟ୍‌ର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ । ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭିସୁଟ୍‌କୁ ବନ୍ଦ କରି ଦିଆଯାଇଛି ।

ଏହା ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଥିବା ଜଣାଯାଇଛି । ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାମୀଙ୍କର କିଛି ଦିନ ପୂର୍ବରୁ କାରୋନାରେ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ ଆସିଥିଲା। ଏହାପରେ ଭିସୁଟ କର୍ମଚାରୀଙ୍କ ସ୍ୱାବ ନିଆଯାଇଥିଲା। ସଂଗୃହିତ ୬୦ ସ୍ୱାବରୁ ୪ ଜଣଙ୍କ ନମୁନା ପଜିଟିଭ ଆସିଥିବା ସୂଚନା ମିଳିଛି ।

ସେପଟେ ସମସ୍ତ ଅଞ୍ଚଳକୁ କଡାକଡି କରାଯାଇଛି । ସମସ୍ତ କର୍ମଚାରୀଙ୍କୁ ହେଡ କ୍ୱାଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ନିୟମ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଚେତାବନୀ ଦିଆଯାଇଛି । ହେଡ କ୍ୱାଟର ବାହାରେ ଥିବା କର୍ମଚାରୀ ଫେରିଲେ ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top