ରାଜ୍ୟ

ପାଣ୍ଡିଆନଙ୍କ ମାରାଥନ ପରିଦର୍ଶନକୁ ନେଇ ତେଜିଲା ରାଜନୀତି

PANDIYAN VISIT POLITICS PKG GFX CARD_00000

ଭୁବନେଶ୍ୱର: ପାଣ୍ଡିଆନଙ୍କ ପରିଭ୍ରମଣ ଡ୍ରାମା । ଗୋଟିଏ ଦିନରେ ତିନି ଜିଲ୍ଲାକୁ ମାରାଥନ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ପରିଦର୍ଶନ କରି ଦେଇଛନ୍ତି ଗଦା ଗଦା ପ୍ରତିଶ୍ରୁତି । ଆଜି ସକାଳୁ ଏକ ହେଲିକପ୍ଟର ଯୋଗେ ସିଧାସଳଖ ଭୁବନେଶ୍ୱରରୁ ଯାଇ ଜୟପୁରରେ ପହଂଚିଥିଲେ 5-ଟି ସଚିବ ଭି.କେ ପାଣ୍ଡିଆନ ।

ପ୍ରଥମେ ମାଲାକାନଗିରି ଜିଲ୍ଲାକୁ ଗସ୍ତ କରିବା ସହ ଜିଲ୍ଲାର ସଦର ମହକୁମା ମେଡିକାଲ ବୁଲି ଦେଖିଥିଲେ । ମୋ ସରକାର କାର୍ଯ୍ୟକ୍ରମ ଓ 5-ଟି ର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରି ମେଡିକାଲରେ ଉନ୍ନତ ଚିକିତ୍ସା ସକାଶେ ଆବଶ୍ୟକ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ  । ଏହାପରେ କୋରାପୁଟ ଗସ୍ତରେ ଯାଇ ଶହୀଦ ଲକ୍ଷ୍ମଣ ନାୟକ ବଡ଼ ମେଡ଼ିକାଲ ଭିତ୍ତିଭୂମିର ସମୀକ୍ଷା କରିଥିଲେ  । ଖାଲି ସେତିକି ନିହେଁ ରୋଗୀ ଓ ପାରା ମେଡ଼ିକାଲ କର୍ମଚାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ 5-ଟି ସଚିବ ।

ଶେଷରେ ନବରଙ୍ଗପୁର ଜିଲ୍ଲାକୁ ଗସ୍ତ କରି ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ । ଏହି ଗସ୍ତ ସମୟରେ ତାଙ୍କ ସହ ଏନଏଚଏମ ସଚିବ ସାଲୀନ ପଣ୍ଡିତ ଓ ଅର୍ଥ ସଚିବ ଅଶୋକ ମୀନା ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ରୋଗୀଙ୍କୁ ସଠିକ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ପରିଦର୍ଶନ ବେଳେ ଡାକ୍ତର ଓ ପ୍ରଫେସରମାନଙ୍କୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ  ।

ସେପଟେ ମୋ ସରକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ମାରାଥନ ପରିଦର୍ଶନକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି  । କଂଗ୍ରେସ ଏହାକୁ ପାଣ୍ଡିଆନଙ୍କ ପରିଭ୍ରମଣ ଡ୍ରାମା କହିଥିବା ବେଳେ ବିଜେପି ଏହାକୁ ପାଣ୍ଡିଆନଙ୍କ ପିକିନିକ୍ ପାର୍ଟିର ଆଖ୍ୟା ଦେଇଛି । ମେଡିକାଲ ଓ ଥାନା ଗୁଡିକରେ କୌଣସି ଭିତ୍ତିଭୂମି ନଥିବା ବେଳେ ସରକାର ରାଜ୍ୟବାସୀଙ୍କୁ ଭେଳିକି ଦେଖାଇବାକୁ ମୋ ସରକାର ଯୋଜନା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ବିରୋଧୀ । ଥାନାରେ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ, ଦୁର୍ଗମ ଅଚଂଳର ଦୂରାବସ୍ଥା, ମେଡିକାଲରେ ଡାକ୍ତରଙ୍କ ମରୁଡି ପଡିଥିବା ବେଳେ କିଭଳି ମୁଖ୍ୟମନ୍ତ୍ରୀ ମୋ ସରକାର ଯୋଜନା ଲାଗୁ କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଅନ୍ୟପଟେ ଏହାର ଜବାବ ରଖିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ  ।

ଅକ୍ଟୋବର 2 ତାରିଖ ତଥା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୋ ସରକାର କାର୍ଯ୍ୟକ୍ରମ । ପ୍ରଥମେ ଗୃହ ଓ ସ୍ୱାସ୍ଥ୍ୟ ବିଭାଗରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇ କ୍ୟାପିଟାଲ ହସ୍ପିଟାଲ ଏବଂ ଶହୀଦ ନଗର ଥାନାରେ ଫିତା କାଟିଥିଲେ ମୁଖ୍ୟମନ୍ତ୍ରୀ । ତେବେ ସେଦିନ ଦୁଇ ଦୁଇଟି ଜାଗାରେ ଦୁଇ ବିଭାଗର ମନ୍ତ୍ରୀ ଅନୁପସ୍ଥିତ ରହିଥିବା ବେଳେ ଆଜି ବି ପାଣ୍ଡିଆନଙ୍କ ଗସ୍ତ ସମୟରେ ବିଭାଗୀୟ ମନ୍ତ୍ରୀଙ୍କ ଅନୁପସ୍ଥିତ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ । ଚର୍ଚ୍ଚା ହେଉଛି ମନ୍ତ୍ରୀମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଭରସା ପାଉ ନଥିବାରୁ ସଚିବମାନଙ୍କୁ ଦିଆଯାଉଛି ଏପରି ଗୁରୁ ଦାୟିତ୍ୱ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top