ଦେଶ

ସଂଗୀତକାର ୱାଜିଦ ଖାନଙ୍କ ୪୨ ବର୍ଷ ବୟସରେ ନିଧନ, ବଲିଉଡରେ ଶୋକର ଛାୟା

ମୁମ୍ବାଇ : ବଲିଉଡର ଜଣାଶୁଣା ସଂଗୀତକାର ଯୋଡି ସାଜିଦ-ୱାଜିଦର ୱାଜିଦ ଖାନଙ୍କ ୪୨ ବର୍ଷ ବୟସରେ ନିଧନ ହୋଇଛି  । ରବିବାର ବିଳମ୍ବିତ ରାତିରେ ୱାଜିଦଙ୍କର ପରଲୋକ ଘଟିଛି  ।  ସୂଚନାଯୋଗ୍ୟ ଯେ, ୱାଜିଦଙ୍କୁ କିଡନୀ ଓ କୋରୋନାରେ  ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।  ପାଖାପାଖି ୨ ମାସ ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ  । କିଛି ଦିନ ପୂର୍ବରୁ ସେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ ।

୩ ଦିନ ପୂର୍ବରୁ ତାଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖା ଦେଇଥିଲା  । କିନ୍ତୁ ହୃଦଘାତରେ ତାଙ୍କର ମୃତ୍ୟୁ ହେଇଥିବା କୁହାଯାଉଛି । ସେ ଡାଏବେଟିସରେ ମଧ୍ୟ ପୀଡିତ ଥିଲେ  । ତେବେ କରୋନା ଲକ୍ଷଣ ଥିବା ଯୋଗୁଁ ୱାଜିଦଙ୍କ ଅନ୍ତିମ ଯାତ୍ରାରେ ଅଳ୍ପ କିଛି ଲୋକ ହିଁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି ।

ୱାଜିଦଙ୍କ ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ଅନେକ ସଂଗୀତକାର ତଥା ଗାୟକ ୱାଜିଦଙ୍କ ନିଧନକୁ ବଲିଉଡ ପାଇଁ ଏକ ବଡ ଝଟକା ବୋଲି କହିଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top