X
Breaking News
ନ୍ୟୁଜ୍

ରିଲିଜ୍‌ ହେଲା ହ୍ରିତିକ୍‌ ଏବଂ ଟାଇଗରଙ୍କ ଫିଲ୍ମ ‘ୱାର୍‌’ର ଟିଜର୍‌ 

war

ମୁମ୍ବାଇ: ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ମଧ୍ୟରେ ହେବାକୁ ଯାଉଛି ‘ଓ୍ୱାର୍‌’  । ଏ ଦୁଇ ଷ୍ଟାରଙ୍କ ମଧ୍ୟରେ କୌଣସି ସତସତିଆ ଓ୍ୱାର୍‌ ହେବାକୁ ଯାଉନି ବରଂ ଏହି ହୁହିଁଙ୍କ ଅଭିନୀତ ପିଲ୍ମ ‘ଓ୍ୱାର୍‌’ର ଟିଜର୍ ରିଲିଜ୍‌ ହେଇଛି । ଏ ଦୁହେଁ ଉକ୍ତ ଫିଲ୍ମ ମାଧ୍ୟମରେ କରିବେ ବକ୍ସ ଅଫିସ୍‌ରେ ଧମାଲ୍‌ ।

ତେବେ ମୋଷ୍ଟ୍ ଆଓ୍ୱେଟେଡ୍ ଫିଲ୍ମ ‘ଓ୍ୱାର’ର ଟିଜର୍‌ ରିଲିଜ୍‌ ହୋଇସାରିଛି । ଏହି ଧମାକେଦାର ଟ୍ରିଜରକୁ ଦେଖିଲା ପରେ ଫିଲ୍ମକୁ ଦେଖିବା ପାଇଁ ହ୍ରିତିକ୍‌ ଏବଂ ଟାଇଗରଙ୍କ ଫ୍ୟାନ୍ସଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି  । ପ୍ରଥମେ ଫିଲ୍ମଟିର ନାମ ଫାଇଟର୍ସ ରଖାଯାଇଥିଲା କିନ୍ତୁ ଯେତେବେଳେ ଫିଲ୍ମଟିର ଟ୍ରିଜର ରିଲିଜ୍‌ ହେଲା ଫିଲ୍ମର ନିର୍ମାତା ଏହାର ନାମ ପରିବର୍ତ୍ତନ କରି ‘ଓ୍ୱାର’ ରଖିଛନ୍ତି । ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ୍ୱାର’ର ଟ୍ରିଜର ଜବରଦସ୍ତ ରହିଛି ଯାହାକି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଚର୍ଚ୍ଚା ହେଉଛି ।  ‘ଫିଲ୍ମ ସୁପର ୩୦’ ପରେ ହ୍ରିତିକ୍‌ ରୋଶନ୍‌ ସମାନ ଅନ୍ଦାଜ୍ ରେ ନଜର ଆସୁଛନ୍ତି ଓ୍ୱାର ଫିଲ୍ମ ମାଧ୍ୟମରେ । ଯେଉଁ ଲୁକ୍‌ କୁ ତାଙ୍କ ଫ୍ୟାନ୍‌ ମାନଙ୍କୁ ଖୁବ୍‌ ପସନ୍ଦ ଆସିଥିଲା ।  ସେହିପରି ଟାଇଗର ଶ୍ରଫ୍‌ ମଧ୍ୟ ଏହି ଫିଲ୍ମରେ ଧୁଆଁଧାର ଆକ୍ସନ ମାଧ୍ୟମରେ ଦର୍ଶକମାନଙ୍କୁ ଇଂପ୍ରେସ୍‌ କରିବେ ବୋଲି ତାଙ୍କ ଫ୍ୟାନ୍‌ଙ୍କ ମହଲରେ ଚର୍ଚ୍ଚା ଚାଲିଛି ।

 ଫିଲ୍ମ ‘ଓ୍ୱାର’ରେ ହ୍ରିତିକ୍‌ ଏବଂ ଟାଇଗରଙ୍କ ମଧ୍ୟରେ ଜବରଦସ୍ତ ଚେସିଂ ସିକ୍ୱୁଏନ୍ସ ଦେଖିବାକୁ ମିଳିବ । ତେବେ ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌ ଫିଲ୍ମର ଡାଇରେକ୍ଟର ସିଦ୍ଧାର୍ଥ ଆନନ୍ଦ ଓ୍ୱାର୍‌ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଏଥିରୁ ବୁଝାପଡୁଛି ଯେ ଫିଲ୍ମରେ ଦେଖାଯାଇଥିବା ଆକ୍ସନ କି ପ୍ରକାର ଧମାଲ୍‌ ମଚାଇବ..! ଖାସ୍‌ କରି କି ଏହି ଫିଲ୍ମକୁ ନେଇ ଟାଇଗର ଶ୍ରଫ୍ ବହୁତ ଉତ୍ସାହି ଥିବା ଜଣାପଡିଛି କାରଣ ପ୍ରଥମ ଥର ସେ ପାଇଁ ହ୍ରିତିକ୍‌ ରୋଶନ୍‌ଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି । ତେବେ  ନାୟିକା ଭୁମିକାରେ ବାନି କପୁର ନଜର ଆସିଛନ୍ତି ।  ବାନୀ କପୁର ଏହି ଫିଲ୍ମ ପୂର୍ବରୁ ‘ବେଫିକ୍ରେ’ ଫିଲ୍ମରେ ରଣବୀର ସିହଂଙ୍କ ସହ ନଜର  ଆସିଥିଲେ ଏଥିସହିତ ‘ଶୁଦ୍ଧ ଦେଶୀ ରୋମାନ୍ସ’ ରେ ମଧ୍ୟ ନଜର ଆସିସାରିଛନ୍ତି । ଏହି ଫିଲ୍ମ ରୁ ହିଁ ବାନୀଙ୍କର ବଲିଉଡ୍‌ ରେ ଡେବ୍ୟୁ ହୋଇଥିଲା । ବର୍ତ୍ତମାନ ବାନୀ କପୁର  ଫିଲ୍ମ ଓ୍ୱାର ମାଧ୍ୟମରେ ଏହି ଦୁଇ ଆକ୍ସନ ହିରୋଙ୍କ ସହ ନଜର ଆସିବେ । ତେବେ ଫିଲ୍ମ  ଓ୍ୱାର ଅକ୍ଟୋବର ୨ ରେ ରିଲିଜ୍‌ ହେବା ଅପେକ୍ଷାରେ ଦର୍ଶକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top