ଅପରାଧ

ନୃଶଂସ ୱାର୍ଡେନ୍‌ ଗିରଫ

ଭୁବନେଶ୍ୱର:  ଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ୱାର୍ଡେନ୍ ବିଶ୍ୱରଞ୍ଜନ ରଣାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଛି ।

କେତେ ମାର୍କ ରଖିଛୁ ବୋଲି ପଚାରି ପଚାରି ଛାତ୍ରକୁ ମାଡ଼ ମାରିଚାଲିଥିଲେ ହଷ୍ଟେଲ ୱାର୍ଡେନ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଛାତ୍ର ଜଣକ କାକୁତି ମିନତି ହେଲେ ମଧ୍ୟ ୱାର୍ଡେନ ବାଡିରେ ପିଟି ଚାଲିଥିଲେ । ଭିଡିଓରେ ଶୁଣିବାକୁ ମିଳୁଛି ଯେ ୱାର୍ଡେନ କେତେ ମାର୍କ ରଖିଛୁ ବୋଲି ପଚାରୁଥିବା ସହ ୬୦ ପ୍ରତିଶତ ରଖିଛୁ ବୋଲି କହି ଏକ ବାଡିରେ ପିଟି ଚାଲିଥିଲେ ।

ପିଲାଟି ଯୁକ୍ତ ୨ର ଛାତ୍ର ବୋଲି ଜଣାପଡ଼ିଛି । ଭିଡିଓ ଭାଇରାଲ ପରେ ଓ୍ୱାର୍ଡେନଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ । ତେବେ ଗତକାଲି ସମ୍ପୃକ୍ତ ୱାର୍ଡେନଙ୍କୁ ବହିଷ୍କାର କରାଯାଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top