ନ୍ୟୁଜ୍

ଆପ୍‌ ଦ୍ୱାରା ଜାଣିହେବ ପାର୍କର ଅବସ୍ଥିତି ସମ୍ପର୍କିତ ସମ୍ପୂର୍ଣ୍ଣ ଖବର

park

ଭୁବନେଶ୍ୱର: ସହରର ବାସିନ୍ଦା ବା ପର୍ଯ୍ୟଟକ ଭାବେ ଆପଣ ନିକତମ ପାର୍କ ଅଥବା କୌଣସି ସାଧାରଣ ଖୋଲା ସ୍ଥାନକୁ ଯିବାକୁ ଚାହୁଁଛନ୍ତି କି..? ଯଦି ହଁ ତେବେ ନିଜ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଭବିଷ୍ୟତରେ ଜାଣିପାରିବେ ପାର୍କ ଆଦି ସ୍ଥାନମାନଙ୍କର ସମ୍ପର୍କୀୟ ତଥ୍ୟ । ଏହି ଆାଫ୍ ଅଥବା ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଭାରତରେ ପ୍ରଥମ ଥର ପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବରେ ବ୍ୟବହୃତ ହେବାକୁ ଯାଉଛି ।

ଏହି ଅଭିନବ ଯୋଜନାକୁ ରୂପାୟନ କରିବା ପାଇଁ କାର୍ଯ୍ୟରେ ଲାଗିଛନ୍ତି ରିସର୍ଚ୍ଚର ମାନେ, ଯେଉଁମାନେ କି ରାଜଧାନୀ ଭୁବେନଶ୍ୱର ରେ ରହଣି ସମୟରେ ସହରର ମୁଖ୍ୟ ପାର୍କ ଏବଂ ଖୋଲା ସ୍ଥାନ ଆଦିକୁ ଯାଇ ସେ ବିଷୟରେ ସସସ୍ତ ତଥ୍ୟ ସଙ୍ଗ୍ରହ କରିଥିଲେ । ଏହି ପ୍ରଥମ ପରୀକ୍ଷାମୂଳକ ପଦକ୍ଷପ ସ୍ମାର୍ଟ ସିଟି ମିଶନ୍‌ ତରଫ୍‌ରୁ କରାଯିବାକୁ ଯାଉଛି । ତେବେ ଏହି ଆପ୍‌ ମାଧ୍ୟମରେ ଜଣେ ବ୍ୟକ୍ତିବିଶେଷ ପାର୍କରେ ମିଳୁଥିବା ସୁବିଧା ସୁଯୋଗ, ସେଠାକୁ ପହଞ୍ଚିବା ରାସ୍ତା, ନିରାପତ୍ତା ଇତ୍ୟାଦି ସମସ୍ତ ସୁବିଧା ବିଷୟରେ ଅତି ସହଜରେ ଏହି ଆପ୍‌ ମାଧ୍ୟରେ ଜାଣିପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top