X
Breaking News
ନ୍ୟୁଜ୍

୧୯ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା

kalabaisakhi

ଭୁବନେଶ୍ୱର: ୧୯ ଜିଲ୍ଲାକୁ ସତର୍କ ସୂଚନା । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ାରେ କାଳବୈଶାଖୀର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ସହ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର  ଓ ଗଜପତି ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏ ବିଜୁଳି ସହ ଝଡ଼ ତୋଫାନ୍‌ ଓ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅପରାହ୍ନ 2ଟାରୁ 5 ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବାନ ରହିଛି । ଘଣ୍ଟାପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୪ ଦିନ ଯାଏଁ ଏହି କାଳବୈଖାଶୀ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top