ନ୍ୟୁଜ୍

ରାଜ୍ୟରେ ଆଜି 11ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

weather

ଭୁବନେଶ୍ୱର: ରାଜ୍ୟର ପ୍ରାୟ  11ଟି  ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା ନେଇ ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ  ବିଭାଗ । ପାଣିପାଗ ବିଭାଗର ସୂଚନାନୁଯାୟୀ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ଵର, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକରେ ବିଭାଗ ପକ୍ଷରୁ ଦିନ ୧୦ ଟା ୩୦ ରୁ ମଧ୍ୟାହ୍ନ ୧.୩୦ ଯାଏଁ ସତର୍କ ସୂଚନା ଜାରି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top