ନ୍ୟୁଜ୍

ଲଘୁଚାପ ପ୍ରଭାବରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

Rain

ଭୁବନେଶ୍ୱର: ଉତ୍ତର ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।  ଏଥିସହିତ 3ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଣ୍ଟାକୁ 40ରୁ 50 କିମି ବେଗରେ ପବନ ପ୍ରବାହିତ ହେବ ବୋଲି ଜଣାପଡିଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ଲଘୁଚାପ ବଳୟ ଯୋଗୁଁ ରାଜ୍ୟର ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେଗୁଡିକ ହେଲା କଳାହାଣ୍ଡି, ବଲାଙ୍ଗିର, ସୋ  ନପୁର, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ କଟକ। ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣି ଦିଆଯାଇଛି। ସେହିପରି ଆଉ ସାତୋଟି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁରେ ଅରେଂଜ ୱାର୍ଣ୍ଣି ଦିଆଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ,ମୟୁରଭଂଜ, ଯାଜପୁର,ଅନୁଗୁଳ, ଢେଙ୍କାନାଳ ଏବଂ ବୈଦ୍ଧ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top