ନ୍ୟୁଜ୍

୧୦ରେ ଓଡ଼ିଶା ଛୁଇଁପାରେ ମୌସୁମୀ !

ଭୁବନେଶ୍ୱର : ୧୦ରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ଗତକାଲି ଅର୍ଥାତ୍ ସୋମବାର ଦିନ କେରଳ ଛୁଇଁଛି।  ଆଉ ୯ ଦିନ ପରେ ଓଡ଼ିଶାରେ ପାଦ ଥାପିବ।   ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବ ଏବଂ ଆଗକୁ ବଢ଼ିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି ।
ମୌସୁମୀ ଉପୂକଳ ଓଡ଼ିଶା ବାଲେଶ୍ୱର, ପୁରୀ ଦେଇ ରାଜ୍ୟକୁ ପ୍ରବେଶ କରିବ।

ଉପକୂଳବର୍ତ୍ତୀ ଜିଲା କେନ୍ଦ୍ରାପଡ଼ା, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, ପୁରୀ ଆଦି ଜିଲାରେ ବର୍ଷା ପରିମାଣ ବଢ଼ିବ। ଚଳିତ ବର୍ଷ ମୌସୁମୀ ଭଲ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଜୁଲାଇରେ ୧୦୬ ମିଲିମିଟର ବର୍ଷା ହେବା ବେଳେ ଅଗଷ୍ଟରେ ୯୬ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ବାତ୍ୟା ଅମ୍ଫନ୍ ଯୋଗୁ ମୌସୁମୀ ବିଳମ୍ବ ହେବ ବୋଲି କୁହାଯାଉଥିଲା। ମାତ୍ର ମୌସୁମୀ ଉପରେ ଏହାର କୌଣସି ପ୍ରଭାବ ପଡି ନାହିଁ। ମୌସୁମୀ ନିର୍ଦ୍ଧାରିତ ସମୟରେ କେରଳରେ ପହଞ୍ଚିଛି

Click to comment

Leave a Reply

Your email address will not be published. Required fields are marked *

Most Popular

To Top