ନ୍ୟୁଜ୍

କମୁଛି ଶୀତ ବଢ଼ୁଛି ତାତି..

summer

ଭୁବନେଶ୍ୱର: ପାଗରେ ଆସିଛି ପରିବର୍ତ୍ତନ । ଶୀତ କମିଛି । କିନ୍ତୁ ଖରାର ପ୍ରକୋପ ଚଳିତ ବର୍ଷ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି ।  ଦିନର ତାପମାତ୍ରା ବଢ଼ିବା ସଙ୍ଗେ ସଙ୍ଗେ ଥଣ୍ଡା କମିବାରେ ଲାଗିଛି । ମାଲକାନଗିରି ଓ ପାଳାଖେମୁଣ୍ଡି ତାପାମାତ୍ରା ଗତକାଲି ୩୫ ଡିଗ୍ରି ଛୁଇଁଥିବା ବେଳେ ଟିଟିଲାଗଡ଼ ଓ ରାଜଧାନୀ ଭୁବନେଶ୍ୱରରେ ଗତକାଲି ତାପମାତ୍ରା ୩୪ ଡିଗ୍ରି ଡେଇଁଛି । ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି ।

ଆସନ୍ତା ୨ ଦିନ ମଧ୍ୟରେ ତାପାମାତ୍ରା ଆଉ ୨ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top