ଦେଶ

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ:  କେରଳ  ଛୁଇଁଲା  ମୌସୁମୀ । ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ଠିକ୍‌ ଜୁନ୍‌ ପହିଲାରେ କେରଳ ଛୁଇଁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର କେରଳ ଛୁଇଁଛି।

ଏହାର ପ୍ରଭାବରେ ପାଖାପାଖି ୯ ଜିଲାରେ ପ୍ରବଳ ବର୍ଷା ହୋଇଛି। ମିଳିଥିବା ସୂଚନା ଅନୁସାରେ ଥିରୁଭାନନ୍ତପୁରମ, କୋଲ୍ଲାମ, ପଥାନମଥିଟ୍ଟା, ଅଲପୁଜାହ, କୋଟ୍ଟୟମ, ଏର୍ନାକୁଲମ, ଇଡ୍ଡୁକି, ମାଲାପୁରନମ ଓ କନ୍ନୁରରେ ପ୍ରବଳ ବର୍ଷା ହେଉଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

କେରଳର ଅଧିକାଂଶ ସ୍ଥାନରେ ବର୍ଷା ହେଉଥିବାରୁ ସେଠାକାର ତାପମାତ୍ରା ମଧ୍ୟ କମ୍‌ ରହିଛି । ଥିରୁଭାନନ୍ତପୁରମରେ ଦିନର ତାପମାତ୍ର ୨୫ ଡିଗ୍ରୀ ରେକର୍ଡ କରାଯାଇଛି। କେରଳର ଦକ୍ଷିଣ ଉପକୂଳ ଅଞ୍ଚଳ ଓ ଲକ୍ଷ୍ୟଦ୍ୱୀପରେ ଗତ ୪ ଦିନ ହେବ ଲାଗାତାର ବର୍ଷା ଲାଗିରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top