ନ୍ୟୁଜ୍

ପଶ୍ଚିମ ଭାରତ ସହ ପାଞ୍ଚ ଜ୍ୟୋତ୍ରିଲିଙ୍ଗ ଦର୍ଶନ ପ୍ୟାକେଜ ଲଞ୍ଚ, ଏପ୍ରିଲ ୬ରୁ ଆରମ୍ଭ

Bhubaneswar

ଭୁବନେଶ୍ୱର:  ଟୁରିଷ୍ଟମାନଙ୍କ ପାଇଁ ଖୁସି ଖବର । ଏଣିକି  Irctc ପକ୍ଷରୁ ପଶ୍ଚିମ ଭାରତ ସହ ପାଞ୍ଚ ଜ୍ୟୋତ୍ରିଲିଙ୍ଗ ଦର୍ଶନ ପ୍ୟାକେଜ ଲଞ୍ଚ ହୋଇଯାଇଛି ।  ଏହି ଯାତ୍ରା ଆଗାମୀ ଏପ୍ରିଲ  ୬ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ଯାଏ ଅନୁଷ୍ଠିତ ହେବ । ଏହି ପ୍ୟାକେଜର ମୂଲ୍ୟ ରହିଛି ୧୧,୪୪୫ଟଙ୍କା । ଏଥିରେ ଯାତ୍ରୀ ମାନଙ୍କ ପାଇଁ ସମସ୍ତ ସୁବିଧା ସହ ଟୁରିଷ୍ଟ ଗାଇଡର, ଫୂଡିଙ୍ଗ ଏବଂ ବୀମା ସୁବିଧା ରହିଛି ବୋଲି ସୂଚନାମିଳିଛି । ଏନେଇ ସୂଚନା ଦେଇଛନ୍ତି irctc ରିଜିଓନାଲ ମ୍ୟାନେଜର କୌଶିକ ବାନାର୍ଜୀ ।

ଏହି ଯାତ୍ରା ମଧ୍ୟରେ ବିଶାଖାପାଟନମ, ଶ୍ରୀକାକୁଲମ, ପଲାସା, ବ୍ରହ୍ମପୁର, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍‌, କଟକ, ସମ୍ୱଲପୁର ରୋଡ୍‌, ଝାରସୁଗୁଡା, ବିଳାସପୁର, ରାୟଗଡ଼ା ଆଦି ମଧ୍ୟବର୍ତ୍ତୀ ରହଣି ଷ୍ଟେସନ ବୋଲି irctc ପକ୍ଷରୁ ସୂଚନା ମିଳିଛି । ଏହାସହ ସମ୍ମିଳିତ ଗନ୍ତବ୍ୟ ସ୍ଥାନ ରହିଛି ଉଜ୍ଜୈନରୁ ଓଁମ୍‌କାରେଶ୍ୱର, ସୋମନାଥରୁ ଦ୍ୱାରକା ଏବଂ ଶିରିଡିରୁ ନାସିକ୍‌ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top