ଖେଳ

ଆଜିଠୁ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସିରିଜ୍

ଅର୍ଗସ ବ୍ୟୁରୋ: କରୋନା ମହାମାରୀ ମଧ୍ୟରେ ଆଜି ଆରମ୍ଭ ହେବ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସିରିଜ୍ । କରୋନା ମହାମାରୀ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ । ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳ ମଧ୍ୟରେ ଜୁଲାଇ ୮ ଅର୍ଥାତ ଆଜିଠୁ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। କରୋନା କଟକଣା ଭିତରେ ଏହି ସିରିଜ୍ ଖେଳାଯାଉଥିବା ହେତୁ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଏହି ସିରିଜ ଉପରେ ରହିଛି । କରୋନା ମହାମାରୀ କାରଣରୁ ଗତ ୩ ମାସ ଧରି କ୍ରିକେଟ ଖେଳ ସହ ପଡିଆ ଖାଲି ପଡ଼ିଥିଲା।

ସମସ୍ତ ପ୍ରକାର କ୍ରିକେଟକୁ ଆଇସିସି ମଧ୍ୟ ବାତିଲ୍ କରିଦେଇଥିଲା। ଏବେ ପୁଣିଥରେ ଦୀର୍ଘଦିନର ବ୍ୟବଧାନ ପରେ କୋଭିଡ୍ କଟକଣା ସହ କ୍ରିକେଟ ଫେରିଛି।
ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଏହି କ୍ରିକେଟ ସିରିଜ ଆଜିଠୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଯାହା ମଧ୍ୟରୁ ଦୁଇ ଦଳ ୩ଟି ଟେଷ୍ଟରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ସମ୍ପୂର୍ଣ୍ଣ କୋଭିଡ-19 ନିୟମକୁ ମାନି ଖେଳାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top