ନ୍ୟୁଜ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା କି ପ୍ରକାର ଗାନ୍ଧିଗିରି ?

liquor

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା କି ପ୍ରକାର ଗାନ୍ଧିଗିରି ? ଗାନ୍ଧିଙ୍କ ଅହିଂସାକୁ  ସମ୍ୱିଧାନର ମୁଖବନ୍ଧରେ ସାମିଲ କରିବାକୁ ନବୀନ ଦାବି କରୁଛନ୍ତିି । ହେଲେ ଗାନ୍ଧୀଙ୍କ ମଦ ସମ୍ପର୍କୀତ ବିଚାରକୁ କାହିଁକି ମାନୁ ନାହାନ୍ତି । ଏହାକୁ ନେଇ ଏବେ ବୁଦ୍ଧିଜୀବି ମହଲରେ ଉଠିଛି ପ୍ରଶ୍ନ ?

ଦେଖନ୍ତୁ ମଦକୁ ନେଇ କଣ ଥିଲା ଗାନ୍ଧୀଜୀଙ୍କ ବିଚାର- ‘ଭାରତ ଗରିବ ହୋଇ ରହୁ, ଏହାକୁ ମୁଁ ପସନ୍ଦ କରିବି । କିନ୍ତୁ ହଜାର ହଜାର ଲୋକ ମଦୁଆ ହୁଅନ୍ତୁ ଏହାକୁ  ମୁଁ ବରଦାସ୍ତ କରିବି ନାହିଁ । ଯଦି ଭାରତରେ ମଦ ବନ୍ଦ ଅଭିଯାନକୁ ଜାରି ରଖିବା ପାଇଁ ଲୋକମାନଙ୍କୁ ଶିକ୍ଷା ବନ୍ଦ କରିବାକୁ ପଡେ ତାହେଲ ମଧ୍ୟ କୌଣସି ପରବାୟ ନାହିଁ , ମୁଁ ଏହି ମୂଲ୍ୟ ଦେଇ ମଧ୍ୟ ମଦ ବନ୍ଦ ଜାରି ରଖିବି ବୋଲି ମହାତ୍ମୀ ଗାନ୍ଧୀ 1927 ମସିହା ସେପ୍ଟେମ୍ୱର ମାସ 15 ତାରିଖରେ ୟଙ୍ଗ ଇଣ୍ଡିଆରେ ଉଲ୍ଲେଖ କରିଥିଲେ ।

ସେହିପରି  ‘‘ମତେ ଯଦି ଘଣ୍ଟାଏ ପାଇଁ ଭାରତର ଡିକ୍ଟେକ୍ଟର କରିଦିଆଯାଏ ତେବେ ମୋର ପ୍ରଥମ କାମ ହେବ ଯେ କୌଣସି କ୍ଷତିପୂରର ନଦେଇ ସମସ୍ତ ମଦ ଦୋକାନଗୁଡ଼ିକ ବନ୍ଦ କରିଦେବି  ଓ ମଦ କାରଖାନା ମାଲିକଙ୍କୁ ନିଜର ଶ୍ରମିକମାନଙ୍କ ପାଇଁ ମନୁଷ୍ୟେଚିତ୍ତ ପରିସ୍ଥିତି ନିର୍ମାଣ କରିବା ସ ତାଙ୍କ ସ୍ୱାର୍ଥରେ ଏପରି ଗୃହ ଖୋଲିବାକୁ ବାଧ୍ୟ କରିବି ଯେଉଁଥିରେ ଶ୍ରମିକମାନଙ୍କୁ ନିର୍ଦୋଷ ପାନୀୟ ଓ ସେତେ ନିର୍ଦ୍ଦୋଷ ମନୋରଞ୍ଜନ ପ୍ରାପ୍ତ ହୋଇପାରିବ ବୋଲି 1931 ମସିହା ଜୁନ୍‌ 26 ତାରିଖରେ ୟଙ୍ଗ ଇଣ୍ଡିଆରେ ଉଲ୍ଲେଖ କରିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top