ନ୍ୟୁଜ୍

ଲକଡାଉନରେ ଘରୋଇ ହିଂସା ରୋକିବ ହ୍ୱାଟସଆପ୍

ଅର୍ଗସ ବ୍ୟୁରୋ : ଲକଡାଉନରେ ଘରୋଇ ହିଂସା ରୋକିବ ହ୍ୱାଟସଆପ୍ । ଏଥିପାଇଁ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ହ୍ୱାଟସଆପ୍ ନମ୍ୱର । ଘରୋଇ ହିଂସାର ସିକାର ହେଉଥିବା ମହିଳା ୭୨୦୫୦୦୬୦୩୯କୁ କଲ କରି ନିଜ ସମସ୍ୟା ଜଣାଇ ପାରିବେ । ଲକଡାଉନ ବେଳେ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ରୋକିବା ପାଇଁ ରାଜ୍ୟମହିଳା ଓ ଶିଶୁ ବିକାଶ ବିଭାଗ ଏହି ପଦକ୍ଷେପ ନେଇଛି ।

ହିଂସା ଓ ଅତ୍ୟାଚାରର ଶିକାର ମହିଳା ଘରେ ଥାଇ ଏହି ନମ୍ବର ଯୋଗେ ଅଭିଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲକଡାଉନ ଯୋଗୁଁ ମହିଳାମାନେ ଘରୁ ବାହାରକୁ ଯାଇ ପାରୁନାହାନ୍ତି । ଏମିତିକି ଘରେ ହିଂସା ଘଟିଲେ ସେମାନେ ସହି ଯାଉଛନ୍ତି । ଏପରିସ୍ଥଳେ ଉପରୋକ୍ତ ନମ୍ବର ଯୋଗେ ମହିଳାମାନେ ସିଧା ଅଭିଯୋଗ କରିପାରିବେ । ନିଜ ଉପରେ ହେଉଥିବା ହିଂସା ସମ୍ପର୍କିତ ଭିଡିଓ କିମ୍ବା ଫଟୋ ମଧ୍ୟ ପଠାଇ ପାରିବେ । ଯାହାକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । କେବଳ ଘରୋଇ ହିଂସା କ୍ଷେତ୍ରରେ ଏହି ନମ୍ୱରରେ ଅଭିଯୋଗ କରିହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top