X
Breaking News
ଟେକ୍ନୋଲୋଜି

ଫେସବୁକ, ଇନ୍‌ଷ୍ଟାଗ୍ରାମ, ହ୍ୱାଟ୍ସଆପରେ ଦେଖାଦେଇଛି ସମସ୍ୟା

social media
courtesy: http://www.loopnewsbarbados.com

ସୋସିଆଲ ମିଡିଆ ନେଟୱାର୍କର ବଡ଼ କଂପାନୀ ଫେସବୁକରେ ରବିବାର ଦିନ କିଛି ସମସ୍ୟା ଦେଖାଦେଇଥିଲା । ଫେସବୁକ, ଇନ୍‌ଷ୍ଟାଗ୍ରାମ, ଏବଂ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ ବ୍ୟବହାର କରିବା ସମୟରେ ଏହି ଆପ୍‌ ଡାଉନ୍‌ ଥିବା ଅନେକ ସମସ୍ୟା ଦେଖିବାକୁ ମିଳିଛି । ଏହିପରି ଆଉଟେଜ ମନିଟରିଙ୍ଗ ୱେବସାଇଟ ଡାଉନଟେକ୍ଟର ଡଟ କମ ଦ୍ୱାରା ଏହି ସୂଚନା ମିଳିଥିଲା । ଡାଉନଟେକ୍ଟର ଡଟ କମ ଅନୁସାରେ ପ୍ରାୟ ୧୨ ହଜାରରୁ ଅଧିକ ଫେସବୁକ ବ୍ୟବହାରୀକାରୀମାନେ ଫେସବୁକ ଚଲାଇବାରେ ସମସ୍ୟା ଦେଖାଦେଇଥିଲା । ପରେ ଏହା କମି ୨ ହଜାରରେ ପହଞ୍ଚିଥିଲା ।

ସୂଚନାନୁସାରେ, ସୋସିଆଲ ମିଡିଆ ବ୍ୟବହାର କରୁଥିବା କିଛି ବ୍ୟବହାରୀକାରୀ ୨୪ ଘଣ୍ଟାରୁ ଅଧିକ ସମୟ ଫେସବୁକ , ଇନ୍‌ଷ୍ଟାଗ୍ରାମ, ହ୍ୱାଟସ୍‌ଆପ ବ୍ୟବହାରୀମାନଙ୍କୁ ଏପରି ସମସ୍ୟାକୁ ସାମ୍ନା କରିବାକୁ ପଡିବ । ଆଉଡେଜ ମନିଟରିଙ୍ଗ ଓ୍ୱେବସାଇଟ ଦେଖାଇଛି କି ରବିବାର ଦିନ ହ୍ୱାଟ୍ସଆପରେ ୩ ହଜାର ଲୋକ ଏବଂ ଇଷ୍ଟାଗ୍ରାମରେ ୭ ହଜାର ଲୋକଙ୍କୁ ଏହି ସମସ୍ୟା ସାମ୍ନା କରିବାକୁ ପଡିଛି । ଡାଉନଡେକ୍ଟର ଡଟ କମ ଲାଇଭ ଆଉଟେଜ ମ୍ୟାପ ରୁ ଜଣାପଡିଛି କି ଫେସବୁକ, ଇନ୍‌ଷ୍ଟାଗ୍ରାମ, ହ୍ୱାଟସଆପରେ ଯୋଡିହୋଇଥିବା ମୁଖ୍ୟ ରୂପ ୟୁରୋପ ଏବଂ ଏସିଆରରେ ରହିଛି । ଏଥିପାଇଁ ସୋସିଆଲ ମିଡିଆରେ ସ୍ମାର୍ଟ ୟୁଜର୍ସମାନେ କମେଡି ଅନ୍ଦାଜରେ #facebookdown, #whatsappdown, #instagramdownଲେଖି ଟୁଇଟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top