ଅପରାଧ

ଏବେ ବି ରହସ୍ୟରେ ଆଦିତ୍ୟଙ୍କ ମୃତ୍ୟୁ ମାମଲା: କାହିଁକି ଆଗେଇ ପାରୁନି ତଦନ୍ତ ପ୍ରକ୍ରିୟା ?

ଭୁବନେଶ୍ୱର: ସସ୍‌ପେନ୍‌ସ ଭିତରେ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଘଟଣାର 6 ଦିନ ପରେ ବି ହଟୁନି ରହସ୍ୟ । ହତ୍ୟା କି ଆତ୍ମହତ୍ୟା ଏ ପର୍ଯ୍ୟନ୍ତ ପ୍ରମାଣ କରିପାରୁନି ଜିଆରପି । କେବଳ ଟ୍ରେନ ଚଳାଚଳ ବିବରଣୀ, କଲ୍ ରେକର୍ଡ ମାଗି ଚୁପ ପୋଲିସ । କାହିଁକି ଆଗେଇ ପାରୁନି ତଦନ୍ତ ପ୍ରକ୍ରିୟା ?କାହା ଚାପରେ ଚାପି ହୋଇ ରହିଛି ଜିଆରପି ? କାହିଁକି ଆଦିତ୍ୟଙ୍କ ପତ୍ନୀ ଓ ସହଯୋଗୀଙ୍କୁ ପଚରାଉଚୁରା କରୁନାହିଁ ଜିଆରପି ?

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଥିଲା । ବିଭିନ୍ନ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ଏନେଇ ସ୍କୁଲ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ଲେଖିଥିଲେ, ଆଦିତ୍ୟ ପରିବାର ଓ ଓଡ଼ିଶାବାସୀଙ୍କୁ ଆଦିତ୍ୟଙ୍କ ମୃତ୍ୟୁ ସମ୍ପର୍କରେ ସତ୍ୟାସତ୍ୟ ଅବଗତ କରାଇବା ପାଇଁ ବ୍ୟକ୍ତିଗତ ଭାବରେ ଏହା ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ମୁଁ କହିଛି  । ହେଲେ ଆଗେଇ ପାରୁନି ଜିଆରପି ପୋଲିସର ତଦନ୍ତ

ସେପଟେ ଆଦିତ୍ୟଙ୍କ ପତ୍ନୀ ଓ ତାଙ୍କ ବନ୍ଧୁ ବିକାଶ ଓ ପପୁକୁ କାହିଁକି ଜିଆରପି ପୋଲିସ ପଚରାଉଚୁରା କରୁନାହିଁ ତାକୁ ନେଇ ବି ସନ୍ଦେହ ବଢିବାରେ ଲାଗିଛି । ଆଦିତ୍ୟ ମୃତ୍ୟୁ ଘଟଣାକୁ ଭିନ୍ନ ରୂପ ଦେବା ପାଇଁ କରାଯାଉଛି କି ଷଡ଼ଯନ୍ତ୍ର ? ପ୍ରମାଣ ନଷ୍ଟ କରିବା ପାଇଁ ତଦନ୍ତ ପ୍ରକ୍ରିୟାରେ କରାଯାଉଛି କି ବିଳମ୍ବ ? ଆଦିତ୍ୟଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି, ହେଲେ ସେ କି ତାଙ୍କ ପରିବାର କାହିଁକି ଥାନାରେ ହତ୍ୟା ମାମଲା ନିଜ ଆଡ଼ୁ ରୁଜୁ କଲେ ନାହିଁ  ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି ।

ଦିନ ସହିତ ଗଢୁଛି ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ । କିଏ ଦୋଷୀ ? କାହାର ରହିଛି ହାତ ? ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? କେଉଁ ବଳବଳିଆନଙ୍କ ଚାପରେ ଚେପା ହେଇ ଯାଉଛି ଜିଆରପି ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top