ନ୍ୟୁଜ୍

କେବେ ଓଡ଼ିଆରେ ମିଳିବ RTI ରିପୋର୍ଟ ?

Naveen

ଭୁବନେଶ୍ୱର: ଓଡ଼ିଆରେ ଫର୍ମ କିନ୍ତୁ ଇଂରାଜୀରେ ଉତ୍ତର । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏ ହେଉଛି ରାଜ୍ୟ ସୂଚନା ଅଧିକାର ଆଇନର ଉଦଭଟ ବ୍ୟବସ୍ଥା  । ସୂଚନା ଅଧିକାର ଆଇନକୁ ଏହା ମଧ୍ୟରେ 15 ବର୍ଷ ବିତିଗଲାଣି  । ହେଲେ ବ୍ୟବସ୍ଥିତ ହେବା ସ୍ଥାନରେ ଦିନକୁ ଦିନ ରାଜ୍ୟରେ ଜଟିଳ ହେବାର ଲାଗିଛି ଏହି ଆଇନ୍  । ଖାସ୍ କରି ଆରଟିଆଇ  ରିପୋର୍ଟ ଓଡ଼ିଆ ଭାଷାରେ ଦେବା ପାଇଁ ସମସ୍ତ ବିଭାଗୀୟ ସଚିବଙ୍କୁ କଡା ନିର୍ଦ୍ଦେଶ ରହିଛି  ।  ପ୍ରଥମେ 2017 ଓ ପରେ 2019ରେ ଦୁଇ ଦୁଇଥର ଏ ନୋଟିସ୍ ହେଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷା ଲାଗୁ ହୋଇ ପାରିଲା ନାହିଁ  । କେବଳ ଭାଷା ନୁହେଁ ଏପରିକି ଆରଟିଆଇ ଆକ୍ଟିଭିଷ୍ଟମାନେ ମଧ୍ୟ ସୁରକ୍ଷିତ ନାହାନ୍ତି । ଏହାସହ କିଛି ଅଧିକାରୀଙ୍କ ନିଷ୍କ୍ରିୟତା ପାଇଁ ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ରାଜ୍ୟରେ 10 ହଜାରରୁ ଉର୍ଦ୍ଧ୍ୱ ଆରଟିଆଇ ଆବେଦନ ପଡ଼ିରହିଛି । ଦେଖନ୍ତୁ  ପୁରା ରିପୋର୍ଟ..

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top