ଦେଶ

WHO କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ୍ ଭାବରେ ଦାଇତ୍ୱ ନେଲେ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। 34 ଜଣିଆ ଏହି କାର୍ଯ୍ୟକାରୀ ବୋର୍ଡରେ ସଭାପତି ଦାଇତ୍ୱ ପାଇଁ ଭାରତ ସରକାର ହର୍ଷ ବର୍ଦ୍ଧନଙ୍କ ନାମ ସୁପାରିଶ କରିଥିଲେ। ମେ 19 ତାରିଖରେ ଏହାକୁ 194 ଦେଶ ସମ୍ମତି ଦେଇଥିଲେ। ଜାପାନର ଡାକ୍ତର ହିରୋକି ନକତାନୀଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ନେଇଛନ୍ତି । ବର୍ଷକୁ ଦୁଇଥର ଏହାର ବୈଠକ ହୋଇଥାଏ।

ଦାଇତ୍ୱ ଗ୍ରହଣ କରିବା ଅବସରରେ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୋର୍ଡକୁ ସମ୍ବୋଧିତ କରି କହିଛନ୍ତି ଯେ, କୋରୋନା ମହାମାରୀ ହେତୁ ବିଶ୍ୱ ସଙ୍କଟ ସମୟରେ ସେ ଏହି କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି। ଆଗାମୀ 2 ଦଶନ୍ଧିରେ ଅନେକ ସ୍ୱାସ୍ଥ୍ୟ ଚାଲେଞ୍ଜ ହେବ ବୋଲି ସେ ଉଲ୍ଲେଖ କରିବା ସହ ବିଭିନ୍ନ ଅଂଶୀଦାର ଦେଶମାନଙ୍କଠାରୁ ଏ ନେଇ ପ୍ରତିକ୍ରିୟା ପାଇଁ ସେ ଅନୁରୋଧ କରିଥିଲେ। ଏହି ସଂକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସେ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ।

COVID-19ର ମୁକାବିଲା ପାଇଁ ଭାରତର ପ୍ରୟାସକୁ ଆଲୋକିତ କରି ସେ କହିଛନ୍ତି ଯେ ଦେଶ COVID19କୁ ଏକ ସକ୍ରିୟ ପ୍ରସଙ୍ଗ ରୂପେ ସାମ୍ନା କରିଛି। ଭାରତରେ କୋରୋନା ସଂକ୍ରମଣରେ ମୃତ୍ୟୁ ହାର 3% ରହିଛି। 1.35 ବିଲିୟନ ଦେଶରେ, COVID19 ସଂକ୍ରମଣ ମାତ୍ର 0.1 ମିଲିୟନରେ ରହିଛି। ଦେଶରେ ପୁନରୁଦ୍ଧାର ହାର 40% ରୁ ଅଧିକ ଏବଂ ଦ୍ୱିଗୁଣିତ ହାର 13 ଦିନ ରହିଛି ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top