ରାଜ୍ୟ

ପ୍ରେମିକଙ୍କ ସହ ବିଧବା ମହିଳାଙ୍କୁ ବିବାହ କରାଇଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ସ୍ୱାମୀଙ୍କ ମୃତ୍ୟୁ ପରେ ବି ନିଜ ପ୍ରେମିକକୁ ଭୁଲିପାରି ନଥିଲେ ବିଧବା ମହିଳା । ନିଜର ଦୁଇଟି ଝିଅ ବାପାଙ୍କ ମୃତ୍ୟୁ ପରେ ଏକ ଆଶ୍ରମ ବିଦ୍ୟାଳୟରେ ରହୁଥିବା ବେଳେ ମା’ଙ୍କ ପ୍ରେମ କାହାଣୀ ନେଇଛି ଭିନ୍ନ ମୋଡ଼ ।

ଗତକାଲି ରାତିରେ ପ୍ରେମିକ ରବିନ୍ଦ୍ର ନିଜ ପ୍ରେମିକା ଝୁମୁରୀଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ । ସଙ୍ଗେସଙ୍ଗେ ଗ୍ରାମସଭା ଡକାଗଲା । ସଭାର ନିଷ୍ପତ୍ତି କ୍ରମେ ଗ୍ରାମ ଦେବତୀଙ୍କ ସମ୍ମୁଖରେ ଝୁମୁରୀଙ୍କ ମୁଣ୍ଡରେ ସିନ୍ଦୁର ଦେଲେ ରବିନ୍ଦ୍ର । ତେବେ ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକର କେଞ୍ଝରିଆପାଲି ଗ୍ରାମରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top