ନ୍ୟୁଜ୍

ବେସାହାରା ବିଧବା ମହିଳା, ପାଇଖାନାରେ କଟୁଛି ଜୀବନ

କେନ୍ଦୁଝର: କେନ୍ଦୁଝରର କମ୍ପଡିହି ଗାଁର ଜଣେ ବିଧବା ଗର୍ଭବତୀ ହେବା ପରେ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ଏପରିକି ତାଙ୍କର ଦୁଇ ସନ୍ତାନକୁ ମଧ୍ୟ ତାଙ୍କଠାରୁ ଛଡାଇ ନିଆଯାଇଛି । ତେଣୁ ବାଧ୍ୟ ହୋଇ ଏକ ପାଇଖାନା ଭିତରେ କାଳ କାଟୁଛନ୍ତି ମହିଳା । ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ । ଗାଁ ଭିତରକୁ ପ୍ରବେଶ ଅନୁମତୀ ନାହିଁ । ତେଣୁ ବାଧ୍ୟ ହୋଇ ପାଇଖାନା ଭିତରେ କାଳ କାଟୁଛନ୍ତି କେନ୍ଦୁଝରର କମ୍ପଡିହି ଗାଁର ରବିବାରୁ ମୁଣ୍ଡା ।

ଦିନେ ସ୍ୱାମୀ ମହାନ୍ତି ମୁଣ୍ଡା ଓ ଦୁଇପୁଅଙ୍କୁ ନେଇ ହସଖୁସିରେ ଚାଲୁଥିଲା ସଂସାର । ମାତ୍ର ସ୍ୱାମୀଙ୍କ ମୃତ୍ୟୁ ପରେ ରବିବାରୀ ସଂସାରର ମଙ୍ଗ ଧରିଥିଲେ । ଗାଁ ବାହାରକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ । କିନ୍ତୁ ବାହାରର ଶ୍ରମିକଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରିନଥିଲେ ରବିବାରୀ । ଗର୍ଭବତୀ ବୋଲି ଜଣାପଡିବା ପରେ ରବିବାରୀଙ୍କୁ ସରକାରଙ୍କ ମା’ ଘରକୁ ପଠାଇ ଦିଆଯାଇଥିଲା । ସେଠାରେ ପ୍ରସବ ସାରି ଫେରିବା ପରେ ରବିବାରୀଙ୍କୁ ଗାଁ ଭିତରକୁ ପ୍ରବେଶ ପାଇଁ ଅନୁମତୀ ମିଳିନଥିଲା । ଏପରିକି ତାଙ୍କ ଘର ଦ୍ୱାରା ସବୁ ଭାଙ୍ଗିଦିଆଯାଇଥିଲା । ତାଙ୍କର ଦୁଇ ପୁଅକୁ ତାଙ୍କ ଦିଅର ପାଳୁଛନ୍ତି । ଏପରିକି ତାଙ୍କର ବିଧବା କାର୍ଡ ଓ ରାସନ କାର୍ଡ ମଧ୍ୟ ଦିଅରଙ୍କ ପାଖେ ଥିବା ଜଣାପଡିଛି ।

ରବିବାରୀଙ୍କ ସମସ୍ୟା ନେଇ ଆମ ପ୍ରତିନିଧି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟିଥିଲେ । ତେବେ ଏନେଇ ସେ ବିଡିଓଙ୍କ ସହ ଆଲୋଚନା କରିଛନ୍ତି ଏବଂ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top