ଦେଶ

ଅଷ୍ଟ୍ରେଲିଆ ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ: ୭ମୃତ, ୩୦ଗୁରୁତର

far

ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡ ଯୋଗୁ ଏପର୍ଯ୍ୟନ୍ତ 3ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଏହି ନିଆଁ ନ୍ୟୁୟ ସାଉଥ ବେଲ୍ସ ଓ କ୍ୱୁଇନ୍ସଲ୍ୟାଣ୍ଡରେ ତାଣ୍ଡବ ରଚିବା ପରେ ଏବେ ଏହି ଦେଶର ସବୁଠୁ ବଡ଼ ସହର ସିଡ୍‌ନୀ ତରଫକୁ ଆଗେଇଛି ।

ସୂଚନାମୁତାବକ, ଏପର୍ଯ୍ୟନ୍ତ  150ରୁ ଅଧିକ ଘର ପୋଡି ପାଉଁସ ହୋଇଛି ।  ନ୍ୟୁୟ ସାଉଥ ବେଲ୍ସର ଅଗ୍ନିଶମ ବିଭାଗ ନିର୍ଦ୍ଦେଶ ଜାରି କରିଛି ଯେ,  ପରିସ୍ଥିତି ଏବେ ଆହୁରି ଜଟିଳ ହୋଇପାରେ । ନ୍ୟୁୟ ସାଉଥ ବେଲ୍ସରେ 72ଟି ସ୍ଥାନରେ ନିଆଁ ଲାଗିଛି, ଏହି ସ୍ଥାନମାନଙ୍କରୁ 36 ନିୟନ୍ତ୍ରଣର ବାହାରେ ରହିଛି । ଏହା ବ୍ୟତିତ କ୍ୱୁଇନ୍ସଲ୍ୟାଣ୍ଡର 51 ଟି ସ୍ଥାନରେ ନିଆଁ ଲାଗିଛି । 42ଟି ଅଞ୍ଚଳରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top