ନ୍ୟୁଜ୍

ଚର୍ଚ୍ଚାରେ ମିସେସ୍‌ ପାଣ୍ଡିଆନ୍‌, ଲୋପାମୁଦ୍ରାଙ୍କ ପରାମର୍ଶ ମାନିବେ ତ ?

sujata Pandian

ଭୁବନେଶ୍ୱର: ମିଶନ ଶକ୍ତିକୁ ଚଳାଇ ପାରୁନାହାନ୍ତି କି ସୁଜାତା କାର୍ତ୍ତିକେୟନ୍‌ ? କାହିଁକି ରାଜ୍ୟ ସରକାର ତାଙ୍କ ପାଇଁ ଖଞ୍ଜିଦେଲେ ପରାମର୍ଶଦାତା ? ଏହା ପଛରେ ରହସ୍ୟ କ’ଣ ?

ମିସେସ୍‌ ପାଣ୍ଡିଆନ୍‌ଙ୍କୁ ଦରକାର ପଡ଼ିଲା ପରାମର୍ଶଦାତା । ରାଜ୍ୟରେ ରାଜନେତାଙ୍କ ଭଳି ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଆଇଏଏସ୍‌ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ପରେ ଏବେ ତାଙ୍କ ପତ୍ନୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।  ମିଶନ ଶକ୍ତିର ଡାଇରେକ୍ଟର ରହିଛନ୍ତି ଭି.କେ ପାଣ୍ଡିଆନ୍‌ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍‌ । ତେବେ ମିସେସ୍‌ ପାଣ୍ଡିଆନ୍‌ଙ୍କୁ ମୋଷ୍ଟ ପାଓ୍ୱାରଫୁଲ୍‌ ଲେଡି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ତାଙ୍କ ଭଳି ଜଣେ ମହିଳାଙ୍କୁ ପରାମର୍ଶଦାତା କାହିଁକି ଆବଶ୍ୟକ ପଡ଼ିଲା ବୋଲି ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ମିଶନ ଶକ୍ତିର ପରାମର୍ଶଦାତା ଭାବେ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ମିସେସ୍‌ ପାଣ୍ଡିଆନ୍‌ଙ୍କ ପାଇଁ ଲୋପାଙ୍କ ଭଳି ଜଣେ ନେତ୍ରୀଙ୍କୁ କାହିଁକି ତାଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଗଲା ? ତୃତୀୟ ମହଲରା ଅତ୍ୟନ୍ତ ପାଖ ଲୋକ ହୋଇଥିବାରୁ ମିସେସ୍‌ ପାଣ୍ଡିଆନ୍‌, ସାଧାରଣ ଲୋକଙ୍କ ସହ ମିଶିବାରେ କେଉଁଠି ବାଧା ସୃଷ୍ଟି ହେଉଥିଲା କି ? ବୋଧ ହୁଏ ଏହି ବାଧାକୁ ହଟାଇବା ପାଇଁ ଲୋପାମୁଦ୍ରାଙ୍କ ସାହାରା ନିଆଯାଇଛି କି ? କାରଣ ଲୋପାମୁଦ୍ରା ହେଉଛନ୍ତି ଏମିତି ଜଣେ ନେତ୍ରୀ ଯିଏ ସାଧାରଣ ଲୋକଙ୍କ ସହ ମିଳିମିଶି କାମ କରିବାର ଅଭିଜ୍ଞତା ରଖିଛନ୍ତି । ସେ ପୂର୍ବରୁ ମହିଳା କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି । ନବୀନଙ୍କ ଗୁଡ଼୍‌ବୁକ୍‌ରେ ସବୁ ବେଳେ ରହି ଆସିଛନ୍ତି ଲୋପାମୁଦ୍ରା ।

ଅନ୍ୟପଟେ ଏଠାରେ ଆଉ ଏକ ପ୍ରଶ୍ନ ମଧ୍ୟ ଉପୁଜିବା ସ୍ୱାଭାବିକ୍‌ ଯେ, ମୋଷ୍ଟ ପାଓ୍ୱାରଫୁଲ୍‌ ଲେଡି ମିସେସ୍‌ ପାଣ୍ଡିଆନ୍‌ କ’ଣ ଲୋପାଙ୍କ ଭଳି ଜଣେ ନେତ୍ରୀଙ୍କୁ ଖାତିର କରିବେ । ସଚିବ ସ୍ତରରେ ସବୁବେଳେ ନିଜର ଦବଦବା ଜାହିର ରଖିଥିବା କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ ପତ୍ନୀ ମିସେସ୍‌ ପାଣ୍ଡିଆନ୍‌ କ’ଣ ଲୋପାଙ୍କ ପରାମର୍ଶ ଗ୍ରହଣ କରିବେ ? ତାହା ତ ସମୟ କହିବ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top