X
Breaking News
ରାଜ୍ୟ

୭ ଦିନର ଶିଶୁ ପୁତ୍ରକୁ ବିକ୍ରି କରିଥିଲା ମା, ଫେରାଇଲେ କିଣିଥିବା ମହିଳା

BLS

ବାଲେଶ୍ୱର: ୨୦ ହଜାର ଟଙ୍କାରେ ୭ ଦିନର ଛୁଆକୁ ବିକ୍ରି କରିଥିଲା ମା । ଦାରିଦ୍ର‌୍ୟ କାରଣରୁ ମା’ର ଏଭଳି ଚରମ ନିଷ୍ପତ୍ତି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ବାଲେଶ୍ୱର ଟାଉନ୍‌ ଥାନା ଆଞ୍ଚଳରେ । ଘଟଣାଟି ପ୍ରଘଟ ହେବା ପରେ ଛୁଆଟିକୁ କିଣିଥିବା ମହିଳା ତା ମା’ ପାଖରେ ଜିମା ଦେଇଛନ୍ତି ।

ବାପା, ମା ଓ ତାଙ୍କର ୭ ପିଲା । ଏହାରି ଭିତରେ ୭ ଦିନ ତଳେ ଦମ୍ପତିଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । କାମ-ଦାମ କରି ଚଳନ୍ତି ପୂରା ପରିବାର । ଦାରିଦ୍ର‌୍ୟ କାରଣରୁ ମା ନିଜର ନବଜାତ ଶିଶୁକୁ ୨୦ ହଜାର ଟଙ୍କାରେ ଜଣେ ମହିଳାଙ୍କୁ ବିକ୍ରି କରିଦେଇଥିଲେ ।

ଆଜି ଘରେ କେହି ନଥିବାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ୨୦ ହଜାର ଟଙ୍କା ଦେଇ ପିଲା ନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗାଁରେ ହୋହଲ୍ଲା ହୋଇଥିଲା। ପରେ ଖବର ଗଣମାଧ୍ୟମକୁ ଆସିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top