ନ୍ୟୁଜ୍

ହାତୀ ଆକ୍ରମଣରେ ମହିଳା ମୃତ

attack

ସମ୍ୱଲପୁର:  ହାତୀ ଆକ୍ରମଣରେ ମହିଳା ମୃତ । ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରେଢାଖୋଲ୍ ବନଖଣ୍ଡ ଅନ୍ତର୍ଗତ ନାକଟିଦେଓଳ ରେଞ୍ଜର ହିତସରା ଗ୍ରାମରେ । ଆଜି ସକାଳ ୫ଟାରେ ହାତୀ ଆକ୍ରମଣରେ ପ୍ରମିଳା ଦେହୁରୀ ନାମକ ଜଣେ ୬୩ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଛି । ସୂଚନାନୁସାରେ, ସବୁଦିନ ପରି  ଆଜି ସକାଳେ ସେ କେନ୍ଦୁପତ୍ର ତୋଳିବାକୁ ଯାଇ ହାତୀ ଆକ୍ରମଣର ଶୀକାର ହୋଇଛନ୍ତି  ।

ଏହା ପୂର୍ବରୁ ମଧ୍ୟ ବାରମ୍ୱାର ଏଭଳି ଘଟଣା ଘଟୁଥିବାର ସୂଚନା ମିଳିଛି । ରେଢାଖୋଲ ବନବିଭାଗ ଗୋଟିଏ ବନ୍ୟଜନ୍ତୁ ଚୋରାଚାଳାନ କରୁଥିବା ଗୋଟିଏ ଗ୍ୟାଙ୍ଗକୁ ଧରିବାକୁ ସଖ୍ୟମ ହୋଇଛି ।  କିନ୍ତୁ ଅପର ପକ୍ଷରେ ଏତେ ସଂଖ୍ୟାରେ ଧନଜୀବନ ନଷ୍ଟ ହେଉଛି । ଏହାକୁ ଗୁରୁତ୍ୱର ସହ କାହିଁକି ନେଉନାହିଁ ରେଢାଖୋଲ ବନବିଭାଗ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top