ଅପରାଧ

ଟଙ୍କା ମାଗିବାରୁ ପାଚିକାଙ୍କୁ ଜୀଅନ୍ତା ଜାଳିଦେଲେ !

dp

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ତଖିରି ପଂଚାୟତର ଧନିଆପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ମହିଳା ଉଧାର ଟଙ୍କା ମାଗିବାରୁ କିରୋସିନି ଢାଳି ଜାଳି ଦେଇଥିବା ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କର ଭାଇ । ମୃତ ମହିଳାଙ୍କ ନାମ ହେଉଛି ସୁଭଦ୍ରା ( 33 ) । ତାଙ୍କ ଭାଇ ଅଭିଯୋଗ କରିଛନ୍ତି ଗତ 1 ତାରିଖ ସଂଧ୍ୟା ସମୟରେ ସୁଭଦ୍ରା ଅଭିଯୁକ୍ତ ଘରକୁ ଟଙ୍କା ମାଗିବା ପାଇଁ ଯାଇଥିଲେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଏବଂ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ଏହାପରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଯୁବକ  ବିଶ୍ବଜିତ୍ ସ୍ବାଇଁ ଏବଂ ତାଙ୍କର ପରିବାର ଲୋକେ ସୁଭଦ୍ରାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କର ଭାଇ । ଏହାପରେ ସୁଭଦ୍ରାଙ୍କ ଶରୀରର ଅଧିକାଂଶ ଭାଗ ପୋଡି ଯିବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା  । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଅଭିଯୁକ୍ତର ଘର ଲୋକେ ସମସ୍ତେ ଫେରାର ହୋଇଯାଇଛନ୍ତି । ମାର୍ଶାଘାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ସୁଭଦ୍ରା ଧନିଆପଡା ପ୍ରାଥମିକ ବିଦ୍ୟାଳୟରେ 7 ବର୍ଷ ହେବ ପାଚିକା ଭାବେ କାମ କରୁଥିଲେ  । 8 ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ନିଧନ ହୋଇସାରିଛି । ତେବେ ତାଙ୍କର 12ବର୍ଷର ଏକ ମାତ୍ର ପୁଅ ରହିଛି ।

ଘଟଣା ସ୍ଥଳରେ ଏସଡିପିଓ ରାଜିବ ଲୋଚନ ପଣ୍ଡାଙ୍କ ସମେତ ସାଇଣ୍ଟଫିକ ଟିମ ଧନିଆ ପଡାରେ ପହଞ୍ଚି ଘଟଣାର ତଦନ୍ତ କରିବା ସମୟରେ ଅଭିଯୁକ୍ତ ବିଶ୍ୱଜିତ ସହିତ ପାଚିକା ସଭଦ୍ରାଙ୍କ ସହ ଏକ ଯୋଡା ଫଟୋ ମିଳିଛି । ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ଫର୍କ ଥିବା ସନ୍ଦେହ କରାଯାଉଛି । ଏ ସମ୍ଫର୍କରେ ପୁଲିସ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top