ନ୍ୟୁଜ୍

ଘର ବାହାରେ ମହିଳାଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର

Attack

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ସାରସମାଲରେ ଘର ବାହାରେ ଜଣେ ମହିଳାଙ୍କୁ ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ମୃତ ମହିଳାଙ୍କ ନାଁ କନକଲତା ରୋହିଦାସ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏ ଘଟଣା। ତେବେ ଘଟଣା ସ୍ଥଳରେ ଝାରସୁଗୁଡ଼ା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ଗତକାଲି ରାତି ପ୍ରାୟ ୧:୩୦ ରୁ ୨ଟା ପାଖାପାଖି ମହିଳାଙ୍କ ସ୍ୱାମୀ ଓ ଛୁଆ ମାନେ ସୋଇ ଥିବାବେଳେ ସେ ଘର ବାହାରକୁ ବାହାରି ଥିଲେ ।

ଏହି ସମୟରେ କେହି ଜଣେ ତାଙ୍କୁ ଗୁଳି କରି ଫେରାର ହୋଇ ଯାଇ ଥିଲା  । ମହିଳା ଜଣକ ବହୁ ସମୟ ଧରି ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ଖୋଜିବାକୁ ବାହାରିଥିଲେ । ସ୍ତ୍ରୀ କୁ କେହି ଜଣେ ହତ୍ୟା କରି ଥିବା ଦେଖି ସେ ଥାନାରେ ଅଭିଯୋଗ କରିଥିଲେ । ହତ୍ୟାର କାରଣ ଏ ଯାଏ ଜଣା ପଡି ନାହିଁ । ଘଟଣାସ୍ଥଳରେ ଝାରସୁଗୁଡା ଏସ.ପି. ଅଶ୍ଵନୀ କୁମାର ମହାନ୍ତି ଓ ଏସ.ଡି.ପି.ଓ ଉପସ୍ଥିତ ରହି ତଦନ୍ତ କରୁଛନ୍ତି । ଏହାକୁ ଆମେ ଦୁଇଟି ଏଙ୍ଗଲରେ ଦେଖୁଚୁ । ତଦନ୍ତ ଚାଲିଛି ଶୀଘ୍ର ଘଟଣାଟି ପଦାକୁ ଆସିବ ବୋଲି ଝାରସୁଗୁଡ଼ା ଏସପି ଅଶ୍ୱିନୀ ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top