ଜୀବନ ମନ୍ତ୍ର

ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି କି ? ଗୃହିଣୀମାନଙ୍କ ପାଇଁ ସଫଳତାର ୬ ମନ୍ତ୍ର

Housewife
Courtesy: www.youtube.com

ବଦଳୁଛି ଦୁନିଆଁ । ଦୁନିଆଁ ସହ ବଦଳୁଛି ଲୋକଙ୍କ ଚିନ୍ତା ଧାରା । ପୂର୍ବରୁ ଏକ ମାନସିକତା ରହି ଆସିଛି ଯେ ଗୋଟିଏ ଘରେ କେବଳ ପୁରୁଷମାନେ ରୋଜଗାର କରିବେ । କିନ୍ତୁ ତାର ପରିବର୍ତ୍ତନ ହେବା ଆରମ୍ଭ ହେଲାଣି । ଘରର ସ୍ତ୍ରୀ ଲୋକମାନେ ବାହାରେ କାର୍ଯ୍ୟକରି ରୋଜଗାର କରୁଛନ୍ତି । ଏମିତି ମଧ୍ୟ ଦେଖାଯାଉଛି ଯେ କିଛି ମହିଳା ରୋଜଗାର କରି ପରିବାରର ଭରଣପୋଷଣ କରୁଛନ୍ତି । କିନ୍ତୁ ନିଜ ଘରେ କିଛି କାର୍ଯ୍ୟକରି ରୋଜଗାର କରିବାକୁ ମହିଳାମାନେ ଚାହୁଁଛନ୍ତି ତେବେ କେତେ ଗୁଡ଼ିଏ ଦିଗ ପ୍ରତି ଗୁରୁତ୍ୱ ଦେବା ଜରୁରୀ । ଆସନ୍ତୁ ଜାଣିବା କଣ ସବୁ ଦିଗ ରହିଛି, ଆଉ ଏଗୁଡ଼ିକ ହୋଇପାରେ ଆପଣଙ୍କ ସଫଳତାର ମନ୍ତ୍ର…

• ଲକ୍ଷ ନିର୍ଦ୍ଧାରିତ କରନ୍ତୁ
ଗୋଟିଏ ଘରର ମହିଳା ଯଦି ଶିକ୍ଷିତ ହେବ ସାରା ଦେଶ ମଧ୍ୟ ଶିକ୍ଷିତ ହୋଇପାରିବ । ଏଠାରେ ଏମିତି କହିବାର କାରଣ ମହିଳାମାନେ ପ୍ରାୟ ଧୈର୍ଯ୍ୟଶୀଳ ଏବଂ ପରିଶ୍ରମୀ । ତେଣୁ ଗୋଟିଏ କାର୍ଯ୍ୟ କରିବା ପୂର୍ବରୁ ଲକ୍ଷ ସ୍ଥିର କରିବା ଆବଶ୍ୟକ ଏବଂ ଏହି କାର୍ଯ୍ୟକୁ ଧ୍ୟାନର ସହ କରିବା ଦ୍ୱାରା ଆପଣ ସଫଳତା ପାଇପାରିବେ ।

• ସକାରାତ୍ମକ ଭାବନା ରଖନ୍ତୁ
କାମ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମହିଳାମାନଙ୍କୁ ନିଜର ଭାବନାକୁ ସକାରାତ୍ମକ କରିବାକୁ ହେବ । ଏମିତି ମହିଳାମାନଙ୍କ ସହ ସମ୍ପର୍କ ବଢାନ୍ତୁ ଯେଉଁମାନେ କି କଷ୍ଟ କରି ନିଜ ଲକ୍ଷ ସ୍ଥଳରେ ପହଞ୍ଚି ପାରିଛନ୍ତି ।

• ତଳ ସ୍ତରରୁ ଆରମ୍ଭ କରନ୍ତୁ
ଛୋଟରୁ ବଡ଼ ହେବା ପାଇଁ ଚେଷ୍ଟା କରନ୍ତୁ । କମ ନିବେଶ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ପରେ ଆସ୍ତେ ଆସ୍ତେ ବଡ଼ ନିବେଶ ପାଇଁ ଚିନ୍ତା କରନ୍ତୁ ।

• ପରିବାରର ସାହାଯ୍ୟ ନେଇ ପାରିବେ
ଯଦି ଘରର ମହିଳା କିଛି ନୂଆ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପରିବାରର ସାହାଯ୍ୟ ଏବଂ ସମର୍ଥନ ଆବଶ୍ୟକ । ଏହା ଦ୍ୱାରା ଲକ୍ଷ ପ୍ରାପ୍ତି ହେବା ସହଜ ହେବ ।

• କଣ କରିବାକୁ ଛାହୁଁଛନ୍ତି କିନ୍ତୁ ଜାଣିପାରୁ ନାହାନ୍ତି
ବହୁ ଦିନ ହେବ ଆପଣଙ୍କ ମନରେ ଚାଲିଛି ଆପଣ କଣ ଗୋଟେ କରିବେ ଏବଂ ରୋଜଗାର କରିବେ । କିନ୍ତୁ କଣ କରିବେ ଜାଣିପାରୁ ନାହାନ୍ତି । ଏହା ପାଇଁ ଆପଣ ଇଣ୍ଟରନେଟର ସହାୟତା ନିଅନ୍ତୁ । ଆପଣ ନିଶ୍ଚୟ ଭାବୁଥିବା କିଛି କାର୍ଯ୍ୟର ଉପାୟ ପାଇପାରିବେ । ଯେଉଁଥିରେ ଆପଣଙ୍କର ରୁଚି ଅଛି ତାହା କରନ୍ତୁ ।

• ଏମିତି ବି କରିପାରିବେ
ଟଙ୍କା ରୋଜଗାର କରିବା ପାଇଁ ଇଣ୍ଟରନେଟରେ ମିଳୁଥିବା କିଛି ଚାକିରୀ ମଧ୍ୟ କରିପାରିବେ । ଯେମିତି ଡାଟା ଏଣ୍ଟ୍ରି, ଚକୋଲେଟ ତିଆରି, କେକ୍ ତିଆରି, ଖାଦ୍ୟ ତିଆରି କରିବାର କ୍ଲାସ, ୟୁ ଟ୍ୟୁବ ଚାନେଲ ଖୋଲି ମଧ୍ୟ ରୋଜଗାର କରିପାରିବେ

Click to comment

Leave a Reply

Your email address will not be published. Required fields are marked *

Most Popular

To Top