ଖେଳ

୪ ଟିମକୁ ନେଇ ୟୁଏଇରେ ଖେଳାଯିବ ମହିଳା ଟି-20 ଚ୍ୟାଲେଞ୍ଜ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଚାରୋଟି ଦଳକୁ ନେଇ ମହିଳା ଟି – 20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ୟୁଏଇରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର 1ରୁ 10 ତାରିଖ ମଧ୍ୟରେ ଖେଳାଯିବ ବୋଲି ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ସହ ଏହି ଟୁର୍ଣ୍ଣାମେଣ୍ଟ ପରେ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟ ଇଣ୍ଡିଜ ଗସ୍ତ କରି ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି ବୋଲି ଗାଙ୍ଗୁଲି ସୂଚନା ଦେଇଛନ୍ତି ।

ଏହି ବର୍ଷ ଅକ୍ଟୋବର 17ରୁ ଆରମ୍ଭ ହୋଇ ନଭେମ୍ବର 29 ଯାଏ ମହିଳା ବିଗ ବାସ ଲିଗ ଖେଳାଯିବାର କାର୍ଯ୍ୟକ୍ରମ ରହିଛି4 ଟିମକୁ ନେଇ ୟୁଏଇରେ ଖେଳାଯିବ ମହିଳା ଟି-20 ଚ୍ୟାଲେଞ୍ଜ: ସୌରଭ ଗାଙ୍ଗୁଲି । ଏହା ସହ ଭାରତୀୟ ମହିଳା ଦଳର ଖେଳାଳି ହରମନପ୍ରୀତ କୌର, ସ୍ମିତି ମାନ୍ଧାନା, ଯେମିମା ରୋଡିରିଗୁଏସ ଏବଂ ଶେଫାଳୀ ଭର୍ମାଙ୍କୁ ମହିଳା ବିଗ ବାସ ଲିଗର ବିଭିନ୍ନ ଫ୍ରାଞ୍ଚାଇଜ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ।

ପୂର୍ବରୁ ତିନୋଟି ଦଳକୁ ନେଇ ଏହି ମହିଳା ଟି -20 ଚ୍ୟାଲେଞ୍ଜ ଜୟପୁର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହରମନପ୍ରୀତ କୌର, ସ୍ମିତି ମାନ୍ଧାନା ଏବଂ ମିତାଲି ରାଜ ତିନୋଟି ଦଳର ନେତୃତ୍ୱ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top