ଖେଳ

ଆଜି ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ

Match

ଅର୍ଗସ ବ୍ୟୁରୋ: ୨୦୨୦ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଥର ପାଇଁ ମହିଳା ଟି-ଟ୍ୱେଣ୍ଟି ଦଳ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି । ବିଶ୍ୱକପ୍ ଆରମ୍ଭରୁ ଭାରତୀୟ ମହିଳା ଟିମ୍ ନିଜର ଦମ୍‌ଦାର ପ୍ରଦର୍ଶନ ଜାରି ରଖିଥିଲା । ବିଶ୍ୱକପ୍‌ର ଲିଗ୍ ମ୍ୟାଚ୍ ଚାଲିଥିବା ବେଳେ ଭାରତ ଲଗାତର ଭାବେ ବିଜୟ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ପରେ ଏବେ ଫାଇନାଲରେ ପ୍ରବେଶ କରିଛି ।

ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଆଜି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ମହିଳା ଟି 20 ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ଖେଳାଯିବ । ଟାଇଟଲ ପାଇଁ ଏହି ମହାମୁକାବିଲାରେ ଭାରତ ଓ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି ।

ଭାରତୀୟ 16 ବର୍ଷୀୟା ଓପନର ଶେଫାଳି ବର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ଫଳରେ ଭାରତ ଫାଇନାଲକୁ ଉଠିଥିଲା । ଅନ୍ୟପଟେ ଦକ୍ଷିଣ ଆଫ୍ରିକାକୁ ହରାଇ କ୍ରମାଗତ ଷଷ୍ଠଥର ପାଇଁ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top