X
Breaking News
ଦେଶ

ଏକଘରିଆ ହେବାର ଭୟ ଘାରୁଛି ପାକିସ୍ତାନକୁ

imran

ପୁଲଓ୍ୱାମା ଆତଙ୍କବାଦୀ ହମ୍‌ଲା ପରେ ସାରା ବିଶ୍ୱ ପାକିସ୍ତାନକୁ ବିରୋଧ କରୁଛି । ଗତ କିଛି ଦିନ ତଳେ ଲଣ୍ଡନରେ ମଧ୍ୟ ଭାରତୀୟ ମାନେ ପିକିସ୍ତାନ ବିରୋଧରେ ପ୍ରଦର୍ଶନ କରିଥିଲେ । ତେବେ ଚାରିଆଡ଼ୁ ଏଭଳି ବିରୋଧ କାରଣରୁ ପାକିସ୍ତାନ ଭୟଭୀତ ହୋଇ ରହିଛି ।  ତେଣୁ ଆଇଏସ୍‌ଆଇ ପକ୍ଷରୁ ଖାଲିସ୍ତାନ ସମର୍ଥକଙ୍କ ଦ୍ୱାରା ଲଣ୍ଡନରେ ଭାରତୀୟଙ୍କ ଉପରେ ଆକ୍ରମଣ କରାଯାଇଛି । 9 ମାର୍ଚ୍ଚ ଅପରାହ୍ନରେ ଲଣ୍ଡନରେ ଅନେକ ଖାଲିସ୍ତାନ ସମର୍ଥକ ଭାରତୀୟଙ୍କ ଉପରେ ଆକ୍ରମଣ କରିଥିଲେ ।

ଲଣ୍ଡନରେ ଭାରତୀୟ ଉଚ୍ଚଆୟୋଗ ବାହାରେ ଅନେକ ଭାରତୀୟ ନିଜ ବ୍ୟକ୍ତିଗତ କାମ ପାଇଁ ଠିଆ ହୋଇଥିଲେ । ସେହି ସମୟରେ ଖାଲିସ୍ତାନର କିଛି ସମର୍ଥକ ସେଠାରେ ପହଞ୍ଚିଲେ । ସେମାନେ ପ୍ରଥମେ ସେଠାରେ ଭାରତ ବିରୋଧୀ ସ୍ଲୋଗାନ୍‌ ଦେଇଥିଲେ । ଏହା ପରେ ଖାଲିସ୍ତାନ ଓ ପାକିସ୍ତାନ ପତକା ଉଡ଼ାଇବା ସହ ଭାରତୀୟଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ଅନେକ ଖାଲିସ୍ତାନ ସମର୍ଥକ ଭାରତୀୟଙ୍କୁ ପ୍ରବଳ ମାରପିଟ୍‌ କରିଥିଲେ ।

ଫାଇନାନ୍ସିଆଲ୍‌ ଏକ୍ସନ ଟାସ୍କ ଫୋର୍ସରେ ଭାରତ ଓ ପାକିସ୍ତାନ ଏବେ ମୁହାଁମୁହିଁ ହୋଇଛନ୍ତି । ବାଲାକୋଟ୍‌ ହମଲା ପରେ ପାକିସ୍ତାନ୍‌ ଏଫ୍‌ଏଟିଏଫ୍‌କୁ କହିଛି ଯେ, ଭାରତର ସ୍ୱଭାବ ଠିକ୍‌ ନାହିଁ । ସେ ସବୁବେଳେ ପାକିସ୍ତାନ ପ୍ରତି ଶତ୍ରୁତାର ମନୋଭାବ ରଖୁଛି । ତେଣୁ ଭାରତକୁ ସଂସ୍ଥାର ରିଭ୍ୟୁ ମେମ୍ବରରୁ ହଟାଯାଉ ବୋଲି ପାକିସ୍ତାନ ଦାବି କରିଛି । ଅନ୍ୟପଟେ ପୁଲଓ୍ୱାମା ଆତଙ୍କୀ ହମଲା ପରେ ପାକିସ୍ତାନକୁ ବିଶ୍ୱ ଦରବାରରେ ଏକ ଘରିଆ କରିବା ପାଇଁ ଭାରତ ଜିଦି ଧରି ବସିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top