ନ୍ୟୁଜ୍

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ

world photography day

ଅର୍ଗସ ବ୍ୟୁରୋ: ଫଟୋ ଉଠାଇବାକୁ କାହାକୁ ବା ଭଲ ନଲାଗେ । ତେବେ କୁହାଯାଏ ଯେ ମଣିଷର ଆଖି ଯାହା ନଦେଖିପାରେ ତାକୁ କ୍ୟାମେରା ଦେଖିପାରେ  । ପ୍ରତ୍ୟେକ ମହାନ ପକ୍ଷୀ ଛବି, ଫଟୋଗ୍ରାଫରଙ୍କ ଦର୍ଶନ, ତାଙ୍କର ଦର୍ଶନ ପଛରେ ଏକ କାହାଣୀ ରହିଥାଏ । ଅଗଷ୍ଟ ୧୯ ଦିନକୁ ସମଗ୍ର ବିଶ୍ୱ ଫଟୋଗ୍ରାଫି ଦିବସ ଭାବରେ ପାଳନ କରେ । ତେଣୁ ଆଜି ଏହା ଉପରେ କିଛି ଆଲୋଚନା ମଧ୍ୟ ସ୍ୱାଭାବିକ  ।

୧୮୯୬ ମସିହାରେ ଜୋସେଫ ନିସଫର ନାଇପ୍ସ ଦ୍ୱାରା ନିର୍ମିତ ଫଟୋଗ୍ରାଫି କ୍ୟାମେରାର ଉଦ୍ଭାବନ ପରଠାରୁ ଏପର୍ଯ୍ୟନ୍ତ ଅନେକ ପ୍ରକାରର ଫଟୋଗ୍ରାଫି ବିକଶିତ ହୋଇଛି । ଏହାସହ ଆଜି ମୋବାଇଲ୍ ଫୋନ୍ ସହିତ କ୍ୟାମେରା ପ୍ରାୟ ପ୍ରତ୍ୟେକ ହାତରେ, ପ୍ରତ୍ୟେକ ଘରେ ପହଞ୍ଚିଛି । ବନ୍ୟଜନ୍ତୁ, ଜ୍ୟୋତିର୍ବିଜ୍ଞାନ, ଫ୍ୟାଶନ୍, ଖାଦ୍ୟ, ଚଳଚ୍ଚିତ୍ର, ସାମ୍ବାଦିକତା ଇତ୍ୟାଦି ଫଟୋଗ୍ରାଫିର ଲୋକପ୍ରିୟ ତଥା ଜଣାଶୁଣା ଧାରା ମଧ୍ୟରେ ଅଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top