ଖେଳ

ଗୁଜୁରାଟରେ ହେଲା ଦୁନିଆର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ

sardar patel

ଅର୍ଗସ ବ୍ୟୁରୋ: ଗୁଜୁରାଟର ଅହମଦବାଦରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମର ନିର୍ମାଣ ଶେଷ ହୋଇଛି । ଯାହାର ନାମ ହେଉଛି ସରଦାର ପଟେଲ ଷ୍ଟାଡିୟମ । ଏହି ଷ୍ଟାଡିୟମ 63 ଏକରରେ ନିର୍ମାଣ କରାଯାଇଛି । ଷ୍ଟାଡିୟମର ମୂଲ୍ୟ 700 କୋଟି ଟଙ୍କା  ଆକଳନ କରାଯାଇଛି ।  ଏହି ଷ୍ଟାଡିୟମରେ ଏକ ଲକ୍ଷ  10 ହଜାର ଲୋକ ବସିବାର କ୍ଷମତା ରହିଛି ।

ତେବେ କୁହାଯାଉଛି ଯେ ଆସନ୍ତା ବର୍ଷ ମାର୍ଚ୍ଚରେ ଏହି ଷ୍ଟାଡିୟମରେ ପ୍ରଥମେ ଏସିଆ ଇଲେଭେନ ଓ ଓ୍ୱାର୍ଲ୍ଡ ଇଲେଭେନ ମଧ୍ୟରେ ମ୍ୟାଚ ଖେଳା ଯିବ । କେନ୍ଦ୍ରୀୟ ଗୃହ ମନ୍ତ୍ରୀ  ଅମିତ ଶାହଙ୍କ ପୁଅ ଅର୍ଥାତ ବିସିସିଆଇର ସଚିବ ଜୟ ଶାହ କହିଛନ୍ତି ଏହି ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳତାର ବିଜୟ ଆଉ ଏହାର ଉଦଘାଟନରେ ମୋଦିଙ୍କ ଆଗମନକୁ ଅପେକ୍ଷା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top