X
Breaking News
ଖେଳ

ବିଶ୍ୱକପ୍‌ ୨୦୧୯: ଜୁନ୍‌ ୧୬ରେ ମୋଷ୍ଟ ଆଓ୍ୱେଟେଡ୍ ମ୍ୟାଚ୍‌

India - Pakistan

ବିଶ୍ୱକପ୍‌ କ୍ରିକେଟ୍‌ ୨୦୧୯ରେ ଆସନ୍ତାକାଲି ରହିଛି ମୋଷ୍ଟ ଆଓ୍ୱେଟେଡ୍ ମ୍ୟାଚ୍‌ । ଏହି ମ୍ୟାଚ୍‌କୁ ଦେଖିବା ପାଇଁ ସାରା ବିଶ୍ୱ ଚାହିଁ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଶ ଆସନ୍ତା କାଲି ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ ଓ ପାକିସ୍ତାନ ।

ମଂଚେଷ୍ଟରର ଓଲଡଟ୍ରାଫର୍ଡ ଠାରେ ହେବାକୁ ଥିବା ଏହି ମ୍ୟାଚ୍‌ ଅତ୍ୟନ୍ତ ରୋମାଂଚକର ହେବ ବୋଲି ଆଶା ରଖିଛନ୍ତି ବହୁ କ୍ରିକେଟ ପ୍ରେମୀ । କାରଣ ଚଳିତ ବିଶ୍ୱକପ୍‌ରେ ପାକିସ୍ତାନର ପ୍ରଦର୍ଶନକୁ ଦେଖିଲେ ବର୍ତ୍ତମାନ ସୁଦ୍ଧା ଦଳ ମୋଟ ୪ଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏରେ ବିଜୟ ହୋଇଛି । ଏବଂ ଅନ୍ୟ ଦୁଇଟିରେ ପରାଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ଟାଇ ରହିଛି । ତେବେ ଏହି ଗୋଟିଏ ବିଜୟ ଓ ଗୋଟିଏ ମ୍ୟାଚ୍‌ ଟାଇ ରହିଥିବାରୁ ପାକିସ୍ତାନ ପଏଣ୍ଟ ଟେବୁଲରେ 3 ପଏଣ୍ଟ ପାଇଁ ଅଷ୍ଟମ ସ୍ଥାନରେ ରହିଛି ।

ଅନ୍ୟପଟେ ଭାରତ ଚଳିତ ବିଶ୍ୱକପ୍‌ରେ 3ଟି ମ୍ୟାଚ୍‌ ଖେଳିଥିବା ବେଳେ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଏବଂ ଗୋଟିଏ ମ୍ୟାଚ୍‌ ଟାଇ ରହିଛି । ଭାରତ ଗୋଟିଏ ବି ମ୍ୟାଚ୍‌ ହାରିନଥିବାରୁ ଦଳରେ ଆତ୍ମବିଶ୍ୱାସ ଭରପୁର ରହିଛି । ପଏଣ୍ଟ ଟେବୁଲରେ ଭାରତ 5 ପଏଣ୍ଟ ପାଇବା ସହ ଚତୁର୍ଥ ସ୍ଥାନରେ ରହିଛି ।

ବିଜୟ ୨ଟି ପରାଜୟ ସହ ୩ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ସହ ୫ ପଏଣ୍ଟ ପାଇଁ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top